ବୌଦ୍ଧ : ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଥାନାରେ ମାଓବାଦୀ ଅପରେସନ ପାଇଁ ବାରାକରେ ଆଇଆରବି ଯବାନମାନେ ନିୟୋଜିତ ଥିଲେ। କିନ୍ତୁ ବାରାକରେ ଗଞ୍ଜେଇ ରଖି ଯବାନମାନେ ଚାଲାଣ କରୁଥିବା ଖବର ଏସପି ଜାଣିପାରିଥିଲେ । ଏହା ପରେ ଥାନାକୁ ଆସି ଗତ ୨୩ ତାରିଖରେ ବାରାକରୁ ଗଞ୍ଜେଇ ଜବତ କରିଥିଲେ। ଏହି ଗଞ୍ଜେଇର ପରିମାଣ ୧୫ କେଜି ୯୩୦ ଗ୍ରାମ ଥିଲା।
ଆଜି ପଞ୍ଚମ ବାଟାଲିୟନର କମାଣ୍ଡାଣ୍ଟ ତିନି ଯବାନଙ୍କୁ ବହିଷ୍କୃତ କରିଛନ୍ତି ଚାକିରିରୁ, ସେମାନେ ହେଲେ କୁନାର ସିଂ, ତ୍ରିଲୋଚନ ରଣା ଓ ନିଲମ ବରାଳ । ଏହାଛଡ଼ା ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ ନେଇ ଯବାନଙ୍କୁ ଗିରଫ କରିଛି ଓ ସେମାନଙ୍କ ନାମରେ ମାମଲା ନଂ(୧୧୯/୨୫) ରୁଜୁ କରି ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି ।



