ଭୂବନେଶ୍ୱର, ୧୮/୦୪ : ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସରେ ନିଯୁକ୍ତ ପୋଲିସ କର୍ମଚାରୀଙ୍କ ଦରମା ବୃଦ୍ଧି ପାଇଲା । ମାସିକ ୩୦ ହଜାରରୁ ୪୫ ହଜାର ଟଙ୍କାକୁ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସରେ ୩ଟି ନୂଆ ବାଟାଲିଅନ୍ ଗଠନ କରିଛନ୍ତି ରାଜ୍ୟ ସରକାର । ଏଥିରେ ମୁଖ୍ୟତଃ ପୂର୍ବତନ ଆର୍ମି ଓ ନାଭିର ସୈନିକ ଏବଂ କେନ୍ଦ୍ରୀୟ ସଶକ୍ତ ପୋଲିସ ବାହିନୀର କର୍ମଚାରୀମାନେ ନିଯୁକ୍ତ ହୋଇଥାନ୍ତି ।
ଆଜି ପାରିଶ୍ରମିକ ବୃଦ୍ଧି ସମ୍ପର୍କୀୟ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସିପାହୀଙ୍କ ପାରିଶ୍ରମିକ ୩୦ହଜାରରୁ ୪୫ ହଜାର ଟଙ୍କାକୁ ବୃଦ୍ଧି ହୋଇଛି । ଲାନ୍ସ ନାଏକ, ନାଏକ, ହାବିଲ୍ଦାରଙ୍କ ପାରିଶ୍ରମିକ ୩୨ ହଜାରରୁ ୫୦ ହଜାରକୁ ବୃଦ୍ଧି । ଜୁନିଅର କମିଶନ୍ଡ ଅଫିସରଙ୍କ ପାରିଶ୍ରମିକ ୪୦ ହଜାରରୁ ୫୫ ହଜାର ହେଲା। ସେହିପରି ଡିଙ୍ଗି ଡ୍ରାଇଭର, ସି-ମ୍ୟାନ୍ ମେକାନିକ୍, ଖଲାସି ମାନଙ୍କ ମାସିକ ପାରିଶମିକ ୩୦ ହଜାରରୁ ୪୫ ହଜାର ହୋଇଛି। ସିରାଙ୍ଗ, ଇଞ୍ଜିନ୍ ଡ୍ରାଇଭର ମାନଙ୍କର ଦରମା ୩୨ ହଜାରରୁ ବୃଦ୍ଧି ପାଇ ୫୦ ହଜାର ଏବଂ ମାଷ୍ଟର ମାନଙ୍କ ମାସିକ ପାରିଶ୍ରମିକ ୪୦ ହଜାରରୁ ବୃଦ୍ଧି ପାଇଁ ୫୫ ହଜାର ଟଙ୍କା ହୋଇଛି ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-27-scaled.jpg)


