ଭୂବନେଶ୍ୱର, ୧୮/୦୪ : ଓଡ଼ିଶା ଆୟକର ବିଭାଗର ପ୍ରମୁଖ ମୁଖ୍ୟ କମିଶନର ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ପାରମିତା ଶତପଥୀ ତ୍ରୀପାଠି । ୧୯୮୯ ବ୍ୟାଚ୍ ଆଇଆରଏସ ଅଧିକାରୀ ହେଉଛନ୍ତି ପାରମିତା । ପୂର୍ବରୁ ଓଡ଼ିଶା ପାୱାର ଜେନେରେସନ୍ କର୍ପୋରେସନ ଲିମିଡେଟ୍ (ଓପିଜିସି)ରେ ଅର୍ଥ ବିଭାଗରେ ନିର୍ଦ୍ଦେଶକ ଭାବେ ୬ ବର୍ଷ କାର୍ଯ୍ୟ କରିଥିବାର ଅଭିଜ୍ଞତା ରହିଛି।
ମାର୍ଚ୍ଚ ମାସରେ ଆୟକର ବିଭାଗର ପ୍ରମୁଖ ମୁଖ୍ୟ କମିସନର ପଦବିରେ ତାଲିକାଭୁକ୍ତ ୩୪ ଜଣ ଭାରତୀୟ ରାଜସ୍ୱ ସେବା (ଆଇଆରଏସ) ଅଧିକାରୀଙ୍କ ମଧ୍ୟରେ ପାରମିତା ଥିଲେ। ସୂଚନାଯୋଗ୍ୟ, ପାରମିତା ଶତପଥୀ ତ୍ରିପାଠୀ ହେଉଛନ୍ତି ଜଣେ ଲେଖିକା ଏବଂ ଉପନ୍ୟାସିକା। ସେ ୨୦୦୬ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୬ରେ ସାହିତ୍ୟ ଏକାଡେମୀ ପୁରସକାର ଏବଂ ୨୦୨୧ରେ ସାରଳା ପୁରସ୍କାରରେ ସମ୍ମାନିତ ହୋଇଥିଲେ। ସେ ୭ଟି କ୍ଷୁଦ୍ରଗଳ୍ପ ସଂଗ୍ରହ ଲେଖିଛନ୍ତି।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-27-scaled.jpg)


