ନୂଆଦିଲ୍ଲୀ: ଦେଶରେ ଖୁବଶିଘ୍ର ହାଇଓ୍ବେ ଟୋଲ୍ ଆଦାୟ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । FASTagକୁ ବଦଳାଇବାକୁ ଯାଉଛି ଏକ ନୂତନ ବ୍ୟବସ୍ଥା । କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ FASTag ଏବଂ ଟୋଲ୍ ସିଷ୍ଟମ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି, ଯାହା ଦେଶର ରାଜପଥରେ ଟୋଲ୍ ଆଦାୟ କରିବାର ପଦ୍ଧତିକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିପାରିବ ।
ନିକଟରେ ଏକ କାର୍ଯ୍ୟକ୍ରମରେ ନୀତିନ ଗଡକରୀ କହିଥିଲେ ଯେ, କେନ୍ଦ୍ର ସରକାର ଆଗାମୀ ୧୫ ଦିନ ମଧ୍ୟରେ ଏକ ନୂତନ ଟୋଲ୍ ନୀତି ଆଣୁଛନ୍ତି ଏବଂ ଯେତେବେଳେ ଏହି ନୀତି କାର୍ଯ୍ୟକାରୀ ହେବ, ସେତେବେଳେ କାହାକୁ ଟୋଲ୍ ବିଷୟରେ ଅଭିଯୋଗ କରିବାକୁ ପଡ଼ିବ ନାହିଁ । ଏବେ ମୁଁ ଏହା ବିଷୟରେ ଅଧିକ କହିବି ନାହିଁ।GPS ଆଧାରିତ ଟୋଲ୍ ସିଷ୍ଟମରେ, ଯାନବାହନରେ ଅନ୍-ବୋର୍ଡ ୟୁନିଟ୍ (OBU) ନାମକ ଏକ ଡିଭାଇସ୍ ସ୍ଥାପିତ ହେବ ଯାହା ବର୍ତ୍ତମାନ ବ୍ୟବହୃତ FASTag ସିଷ୍ଟମକୁ ବଦଳାଇବ । ଏହି ଡିଭାଇସ୍ GNSS ଅର୍ଥାତ୍ ଗ୍ଲୋବାଲ୍ ନାଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍ ଟେକନୋଲୋଜି ମାଧ୍ୟମରେ ଯାନର ଗତିବିଧିକୁ ଟ୍ରାକ୍ କରିବ । ଯେତେବେଳେ ଏକ ଯାନ ରାଜପଥରେ ଯାତ୍ରା କରେ, ସେତେବେଳେ ଏହା ଯାତ୍ରା କରିଥିବା ଦୂରତାକୁ OBU ମାଧ୍ୟମରେ ରେକର୍ଡ କରାଯିବ । ଟୋଲ୍ ପରିମାଣ ସେହି ଅନୁସାରେ ସ୍ଥିର କରାଯିବ ଏବଂ ଏହା ସିଧାସଳଖ ଡ୍ରାଇଭରଙ୍କ ବ୍ୟାଙ୍କ ଆକାଉଣ୍ଟ କିମ୍ବା ଡିଜିଟାଲ୍ ୱାଲେଟରୁ କଟାଯିବ ।ଅର୍ଥାତ୍, ଆପଣ ରାଜପଥରେ ଯେତେ ଦୂର ଯାତ୍ରା କରିବେ, ସେହି ପରିମାଣର ଟୋଲ୍ ଆପଣଙ୍କ ଆକାଉଣ୍ଟରୁ ଆପେ ଆପେ କଟିଯିବ । ବିଶେଷ କଥା ହେଉଛି ଲୋକଙ୍କୁ ଟୋଲ୍ ପ୍ଲାଜାରେ ଅଟକିବାକୁ ପଡିବ ନାହିଁ । ପ୍ରାରମ୍ଭରେ, ଏହି ବ୍ୟବସ୍ଥା ଟ୍ରକ୍ ଏବଂ ବସ୍ ଭଳି ବଡ଼ ଯାନରେ କାର୍ଯ୍ୟକାରୀ କରାଯିବ, ତା’ପରେ ଧୀରେ ଧୀରେ ଏହା ସମସ୍ତ ବ୍ୟକ୍ତିଗତ ଯାନ ଏବଂ କାରରେ କାର୍ଯ୍ୟକାରୀ ହେବ । ଏହି ସିଷ୍ଟମ ଭାରତର ନିଜସ୍ୱ ସାଟେଲାଇଟ୍ NavIC ରେ ଚାଲିବ, ଯାହା ଫଳରେ ତଥ୍ୟ ଦେଶ ଭିତରେ ରହିବ ଏବଂ ସୁରକ୍ଷିତ ରହିବ ।FASTag (ଇଲେକ୍ଟ୍ରୋନିକ୍ ଟୋଲ୍ ସଂଗ୍ରହ) ଭାରତରେ ୨୦୧୬ ମସିହାରେ ପ୍ରଚଳନ କରାଯାଇଥିଲା, ଯାହା ଆପଣଙ୍କୁ ବିନା ଅଟକି ଟୋଲ୍ ପ୍ଲାଜା ପାର କରିବାକୁ ଅନୁମତି ଦିଏ, ଫାଷ୍ଟାଗ୍ର ଉଦ୍ଦେଶ୍ୟ ଥିଲା ଲୋକଙ୍କ ସମୟ ବଞ୍ଚାଇବା । ଏହା RFID (ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ୍) ଟେକନୋଲୋଜି ବ୍ୟବହାର କରେ । ଗାଡିର ୱିଣ୍ଡସିଲ୍ଡରେ ଏକ ଟ୍ୟାଗ୍ ଲଗାଯାଏ ଏବଂ ଟୋଲ୍ ପ୍ଲାଜାରେ ସ୍ଥାପିତ ସ୍କାନର ଦ୍ୱାରା ସ୍କାନ କରାଯାଏ । ଏହା ସହିତ ଟୋଲ୍ ଆପେ କଟିଯାଏ ଏବଂ ଗାଡ଼ିଟି ନ ଅଟକି ଟୋଲ୍ ପାର ହୋଇଯାଏ । କିନ୍ତୁ, ଗତ କିଛି ବର୍ଷ ମଧ୍ୟରେ, ଲୋକମାନେ ପ୍ରବଳ ଭିଡ଼, ଯାନ୍ତ୍ରିକ ତ୍ରୁଟି ଏବଂ କିଛି ଲୋକ ଟ୍ୟାଗ୍ଗୁଡ଼ିକର ଅପବ୍ୟବହାର ଭଳି କିଛି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ତ ସମସ୍ୟାକୁ ଦୃଷ୍ଟିରେ ରଖି, ସରକାର ଆଧୁନିକ ବ୍ୟବସ୍ଥା ପ୍ରତି ଧ୍ୟାନ ଦେଉଛନ୍ତି ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-27-scaled.jpg)


