ନାଲକୋ ରେ ଆମ୍ବେଦକର ଜୟନ୍ତୀ ସମରୋହ ଉଦଯାପନ”
ରାଷ୍ଟ୍ର ନିର୍ମାତା ଡ଼ଃ ଭୀମରାଓ ଆମ୍ବେଦକର”ପୁସ୍ତକ ଉନ୍ମୋଚନ
ନାଲକୋନଗର ୨୦/୪ : ନାଲକୋ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ସଂଘ ପକ୍ଷରୁ ଅନୁଷ୍ଠିତ ଆମ୍ବେଦକର ଜୟନ୍ତୀ ସମରୋହ ର ଉଦ ଜାପାନୀ ଉତ୍ସବ ସ୍ଥାନୀୟ ଆର୍ଯ୍ୟଭଟ୍ଟ ପ୍ରେକ୍ଷାଳୟ ରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମରୋହ ରେ ଅତିଥି ଭାବେ ପ୍ରଣବ କୁମାର ଦାସ (ଜିଜିଏମ ସିଆରଜି ଏସ ଆଣ୍ଡ ପି), ଅକ୍ଷୟ ବେହେରା(ଜିଜିଏମ ଓ ଆଣ୍ଡ ଏମ) ଏସ କେ ରାଉଳ (ଜିଜିଏମ କୋଲ)ଏବଂ ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଫେସର ବିଶ୍ବରଞ୍ଜନ ପ୍ରଧାନ , ଅନ୍ୟତମ ବକ୍ତା ରାଜ୍ୟ ବହୁଜନ ଆନ୍ଦୋଳନ ଆବାହକ ତଥା ଆମ୍ବେଦକରବାଦୀ ବିଶିଷ୍ଟ ଲେଖକ ଅଭିରାମ ମଲ୍ଲିକ ପ୍ରମୁଖ ଯୋଗଦେଇ ଆମ୍ବେଦକର ଙ୍କ ବିଚାର ଧାରା ରେ ଏକ ସୁସ୍ଥ ସମାଜ ଗଠନ କରାଯାଇ ପାରେ ବୋଲି ଅତିଥିବୃନ୍ଦ ବ୍ୟକ୍ତବ ରେ ପ୍ରକାଶ କରିଥିଲେ।ମରଣତ୍ତୋର “ଭାରତ ରତ୍ନ “ରେ ଆଭୁଷିତ ଡ଼ଃ ବି ଆର ଆମ୍ବେଦକର ଙ୍କ ବିଚାର ଧାରା ,ଆଦର୍ଶ ଓ ଅବଦାନ କୁ କିଛି କାଳ ଲୁକାୟିତ ରଖା ଯାଇଥିଲା।ପ୍ରଥମେ କୁହା ଯାଉଥିବା ଦଳିତ ନେତା ଏବଂ ପରବର୍ତୀ ସମୟରେ ଦଳିତ ଆଦିବାସୀ ନେତା ଆଜି ରାଷ୍ଟ୍ର ନିର୍ମାଣ ର ନେତା ଭାବେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସଂସଦ ଯାଏ ସବୁଠି ଗ୍ରହଣୀୟ ହେଉଛି।ଆଜି ସାରା ବିଶ୍ୱରେ ୧୮୦ଦେଶ ରେ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରହିଛି ଏବଂ ଜନ୍ମ ଜୟନ୍ତୀ ପାଳନ କରାଯାଇଛି। ରାଜ୍ୟରେ ହାତ ଗଣତି କେତୋଟି ସରକାରୀ ସ୍ତରରେ ଆମ୍ବେଦକର ଙ୍କ ମୂର୍ତ୍ତି ସ୍ଥାପିତ ହୋଇଥିବା ବେଳେ ସ୍ବତପ୍ରବୃତ ଭାବେ ନିଜ ଅର୍ଥ ରେ ସାଧାରଣ ଲୋକ ପ୍ରାୟ ଦେଢ଼ ଶହରୁ ଉର୍ଦ୍ଧ୍ବ ସଂଖକ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ସ୍ଥାପିତ ହୋଇପାରିଛି ବୋଲି ବକ୍ତା ଶ୍ରୀ ମଲ୍ଲିକ ବକ୍ତବ୍ୟରେ ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ୨୭ନଂ ଜିଲ୍ଲା ପରିଷଦ ସଦସ୍ୟ ଗୋପାଳ ଚନ୍ଦ୍ର ନାଏକ, ଅନୁଗୋଳ ଓକିଲ ସଂଘ ଉପସଭାପତି ପ୍ରତାପ ଚନ୍ଦ୍ର ନାଏକ ପ୍ରମୁଖ ମଞ୍ଚାସିନ ଥିଲେ।ନାଲକୋ ଅଫିସରସ ଆସୋସିଏସନ ର ସଭାପତି ବନମାଳୀ ସେଠୀ,କେ ସି ଶିଅଳ,ନାଲକୋ ପ୍ରୋଗ୍ରେସିଭ ଏମ୍ପ୍ଲଇଜ ୟୁନିୟନ ର ଲିଟୁ ଗଡ଼ନାୟକ,ତାଳଚେର ଡଅଁରା ଆମ୍ବେଦକର ସମିତି ର ବିକଳ ନାଏକ,ଭୀମ ଆର୍ମୀ ର ଚିତ୍ତରଞ୍ଜନ ନାଏକ ,ପ୍ରଦ୍ୟୁମ୍ନ କୁମାର ନାଏକ ପ୍ରମୁଖଙ୍କ ସମେତ ଆମ୍ବେଦକରବାଦୀ ବିଭିନ୍ନ ସଙ୍ଘଠନ ର କର୍ମକର୍ତା ଏବଂ ନାଲକୋ ହଟିଂ ,ନାଲକୋ କଲୋନୀ ର ଆମ୍ବେଦକର ପ୍ରେମୀ ବହୁ ଲୋକଙ୍କ ସମାବେଶ ହୋଇଥିଲା।କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ଆଦିବାସୀ ମହିଳାଙ୍କ ଦ୍ୱାରା ପାରମ୍ପରିକ ନୃତ୍ୟରେ ଅତିଥିବୃନ୍ଦ ଙ୍କୁ ସ୍ୱାଗତ ସମ୍ୱର୍ଦ୍ଧନା ଦିଆଯାଇଥିଲା।ସଙ୍ଘଠନ ର ସଭାପତି ସ୍ୱାଗତ ଅଭିଭାଷଣ କରିଥିବା ବେଳେ ସମ୍ପାଦକ କୃଷ୍ଣ ଜଙ୍କ ସଙ୍ଘଠନ ବିବରଣୀ ପାଠ କରିଥିଲେ। କାର୍ଯ୍ୟକ୍ରମ ରେ ଡଅଁରା ସ୍ଥିତ ଆମ୍ବେଦକର ପାଠଶାଳା ର ଛାତ୍ରୀମାନଙ୍କ ଦ୍ୱାରା ଆମ୍ବେଦକର ଙ୍କ ଉପରେ ଆଧାରିତ ଦୁଇଟି ନୃତ୍ୟ ପରିବେଷଣ କରିଥିଲେ।ସଙ୍ଘଠନ ଦ୍ୱାରା ପୂର୍ବରୁ ଅନୁଷ୍ଠିତ ଛାତ୍ର ଛାତ୍ରୀ ମଧ୍ୟରେ ବକୃତା, ପ୍ରବନ୍ଧ, ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ଅତିଥିବୃନ୍ଦ ପୁରସ୍କୃତ କରିଥିଲେ।ଲେଖକ ଅଭିରାମ ମଲ୍ଲିକଙ୍କ ଦ୍ୱାରା ରଚିତ “ରାଷ୍ଟ୍ର ନିର୍ମାତା ଡ଼ଃ ଭୀମରାଓ ଆମ୍ବେଦକର”ପୁସ୍ତକ ଅତିଥି ଙ୍କ ଦ୍ଵାରା ଉନ୍ମୋଚନ ହୋଇଥିଲା।



