କେଦାର ଗୌରୀ ଦୃଷ୍ଟିହୀନ ଧନ୍ଦାମୂଳକ ତାଲିମ କେନ୍ଦ୍ରରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି

ଅନୁଗୋଳ ଜିଲ୍ଲା ଗୋପିନାଥପୁର, ଗାନ୍ଧୀନଗର ଠାରେ ଥିବା କେଦାରଗୌରି ଦୃଷ୍ଟିହୀନ ଧନ୍ଦାମୂଳକ ତାଲିମ କେନ୍ଦ୍ରର ଆଜି ୧୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ୧୩ ତମ ବାର୍ଷିକ ଉତ୍ସବ ପାଇଁ ସହଯୋଗର ହାତ ବଢ଼ାଇଛନ୍ତି ସ୍ବାଭିମାନ ସେବା ସଂଘ ପରିବାର। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ମହେଶ୍ଵର ବେହେରା ଯୋଗ ଦେଇ ପ୍ରଦୀପପ୍ରଜ୍ବଳନ କରି ଉତ୍ସବକୁ ଶୁଭ ଆରମ୍ଭ କରିଥିଲେ। କେଦାର ଗୌରୀର ସଦସ୍ଯମାନେ ସମସ୍ତ ମଞ୍ଚାସୀନ ଅତିଥିମାନଙ୍କୁ ଗୀତ ଗାନ ମାଧ୍ୟମରେ ସ୍ଵାଗତ କରି ସହିତ ସ୍ୱାଭିମାନ ସେବା ସଂଘର ସଦସ୍ଯ ମାନେ ଉତ୍ତରୀୟ ଓ ଜଗନ୍ନାଥ ମହାପ୍ରଭୁଙ୍କ ଫଟୋ ଚିତ୍ର ଦେଇ ସ୍ଵାଗତ କରିଥିଲେ। ସମସ୍ତ ଅତିଥି ମାନେ ନିଜର ଅଭିଭାଷଣ ପ୍ରଦାନ କରିବା ସହିତ ସ୍ୱାଭିମାନ ସଂଘ ତରଫରୁ ଅଣା ଯାଇଥିବା କେକ୍ କୁ ସମସ୍ତ ଅତିଥି କାଟିବା ସହିତ ସମସ୍ତେ ସମସ୍ତଙ୍କୁ ଖୁଆଇ ଖୁସୀ ବ୍ୟକ୍ତି କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଅନିତା ରାଓ,ସୁଶିଲ କୁମାର ମିଶ୍ର, କାହ୍ନା ଓ ରିଜର୍ଭ ପୋଲିସ ଅଧିକାରୀ ମାନଗୋବିନ୍ଦ ପ୍ରଧାନ ଉପସ୍ଥିତ ଥିଲେ। ଶେଷରେ ଆୟୋଜନ କରିଥିବା ସ୍ବାଭିମାନ ସେବା ସଂଘ ପ୍ରତିଷ୍ଠାତା ଦୁଷ୍ମନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ସ୍ୱାଭିମାନ ସେବା ସଂଘ ଅନୁଗୋଳ ଜିଲ୍ଲା ସହ ସଂଯୋଜକ ଚୈତନ୍ୟ ସାହୁ, ନରେନ୍ଦ୍ର ନାଥ ଜଙ୍କ,ପ୍ରଭାସ ବେହେରା, ପ୍ରିୟବ୍ରତ ସାମଲ, ବିଭାଶ ସାମଲ, ନିଶିକାନ୍ତ ସାହୁ,ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।



