“କେବେ ମିଳିବ ଦିନ ମଜୁରିଆଙ୍କୁ ପ୍ରାପ୍ୟ”
ବରଗଡ:୨୮/୪(ପବିତ୍ର ମେହେର) ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଅନୁଯାୟୀ ମାସ ମାସ ଧରି ହିତାଧିକାରୀଙ୍କୁ କାମ ଯୋଗାଇବା କଣ ଗାଁକୁ କାମ ଆଉ ମା’କୁ ସମ୍ମାନ ? ଆଦର୍ଶ ପୋଖରୀ ଖନନ ନାଁରେ ଦିନ ମଜୁରିଆ ଙ୍କୁ ଶୋଷଣ କାହିଁକି ?ପ୍ରକାଶ ଥାଉକି ବିଗତ ଡିସେମ୍ବର ମାସରୁ ବରଗଡ ଜିଲ୍ଲା ଅତାବିରା ବ୍ଲକ ସ୍ଥିତ ଜାଙ୍ଗେଡ଼ ଗ୍ରାମ ପଂଚାୟତରେ ଥିବା ୱାର୍ଡ ନଂ ୧ ଓ ୨ ବିଶିଷ୍ଟ ଢେମସାରେ ଗ୍ରାମରେ “ଆଦର୍ଶ ପୋଖରୀ ଖନନ” କାର୍ଯ୍ୟ ଜାଙ୍ଗେଡ ଗ୍ରାମ ପଂଚାୟତ ଅଧିନରେ ଚାଲୁ ରହିଛି । ୯୮୬୦୦୩ ଟଙ୍କା ବ୍ୟୟ ଅଟକଳ ମୂଲ୍ୟରେ ରେ ନିର୍ମିତ ଏହି ପ୍ରକଳ୍ପରେ ମାସ ମାସ ଧରି କାମ କଲା ପରେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ମଜୁରୀ ନ ମିଳିବା କେତେ ଦୂର ଯଥାର୍ଥ l ସୂଚନା ଫଳକ ମଧ୍ୟ ଲେଖା ହୋଇନଥିଲା। ଏ ସମ୍ପର୍କରେ ସ୍ଥାନୀୟ ପଂଚାୟତ ନିର୍ବାହୀ ଅଧିକାରୀ ରମେଶ ନାଗଙ୍କୁ ଅଭିଯୋଗ କରିବାପରେ ହଠାତ୍ ତରବରିଆ ଭାବେ ସୂଚନା ଫଳକ ଲେଖାଗଲା। ସରପଞ୍ଚଙ୍କୁ ପଚାରିବାରୁ ସେ କହନ୍ତି କାର୍ଯ୍ୟ ଆରମ୍ଭ ହେଲା ଦିନଠୁ ଲାଗିବା କଥା କିନ୍ତୁ ଆମ ପଂଚାୟତର କିଛି ବି ଭୁଲ ନାହିଁ ସବୁ କେନ୍ଦ୍ର ସରକାରଙ୍କ। ଫଣ୍ଡ ଆସିଲେ ଆଉ ଗୋଟିଏ ସପ୍ତାହରେ ସମସ୍ତ ହିତାଧିକାରୀଙ୍କୁ ମିଳିବ ତାଙ୍କର ପ୍ରାପ୍ୟ ରାଶି ବୋଲି ଦୃଢ଼ତର ସହିତ କହିଛନ୍ତି। ଏଠି କଥା ହେଉଛି ଜଣେ ଦିନ ମଜୁରୀଆ ଏତେ ଦିନ ନିଜର ପାରିଶ୍ରମିକ ନପାଇ ତା’ର ଗୁଜୁରାଣ ମେଣ୍ଟାଇବ କିପରି। ଏପରିକି ଲୋକାଭିମୁଖୀ ଯୋଜନା କାହା ସ୍ୱାର୍ଥରେ ବୋଲି ସାଧାରଣ ରେ ଚର୍ଚ୍ଚା ର ବିଷୟ ପାଲିଟିଛି l



