ପେହେଲଗାମ୍ ରେ ଆତଙ୍କବାଦୀ ଙ୍କ ଗୁଳି ରେ ମୃତ ଭାରତୀୟ ପର୍ଯ୍ୟଟକ ଙ୍କ ଦିବଂଗତ ଆତ୍ମାର ସଦଗତି ନିମନ୍ତେ ଅତାବିରା ସ୍କାଉଟ/ ଗାଇଡ ପକ୍ଷରୁ କେଣ୍ଡେଲ ଶୋଭାଯାତ୍ରା
ବରଗଡ:୨୮/୪(ପବିତ୍ର ମେହେର) ଗତ ମଙ୍ଗଳବାର ମଧ୍ୟାହ୍ନ ରେ ଜାମ୍ମୁକାଶ୍ମୀର ର ଅନନ୍ତନାଗ ଜିଲ୍ଲାର ରେ ପର୍ଯ୍ୟଟକ ମାନଙ୍କ ଉପରେ ପାକିସ୍ଥାନୀ ଆତଙ୍କବାଦୀ ମାନଙ୍କ ଆକ୍ରମଣ ରେ ମୃତ୍ୟୁ ବରଣ କରିଥିବା ଭାରତୀୟ ପର୍ଯ୍ୟଟକ ମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଓଡ଼ିଶା ରାଜ୍ୟ ସ୍କାଉଟ୍ ଗାଇଡ ର ମୁଖ୍ୟ କମିଶନର ଡଃ କାଳୀ ପ୍ରସାଦ ମିଶ୍ର ଙ୍କ ନିର୍ଦ୍ଦେଶ କ୍ରମେ ତଥା ଜିଲ୍ଲା ଗାଇଡ ତାଲିମ କମିଶନର ଅନୁସୂୟା ଦେବତା ଙ୍କ ତତ୍ବାବଧାନରେ ଅତାବିରା ସ୍କାଉଟ୍/ ଗାଇଡ ପକ୍ଷରୁ ଏକ କେଣ୍ଡେଲ୍ ଶୋଭାଯାତ୍ରା କରାଯାଇଥିଲା । ପ୍ରଥମେ ଅତାବିରା ଉଚ୍ଚ ବିଦ୍ୟାଳୟ ଠାରେ ଦୀପ ଜାଳି ପେହେଲଗାମ ଆତଙ୍କି ଘଟଣାରେ ଗୁରୁତର ବ୍ୟକ୍ତି ଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଦିବଂଗତ ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା ।ଏହା ପରେ ଏକ ଶାନ୍ତିପୂର୍ଣ୍ଣ କେଣ୍ଡେଲ୍ ଶୋଭାଯାତ୍ରା ବାହାରି ଏକ୍ସଚେଞ୍ଜ ଛକ ପର୍ଯ୍ୟନ୍ତ ଯାଇଥିଲା । ଏଥିରେ ଅତାବିରା ଉଚ୍ଚ ବିଦ୍ୟାଳୟ ର ସ୍କାଉଟ୍ ମାଷ୍ଟର ଆଶୁତୋଷ , ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷlକେନ୍ଦ୍ର ର ଶିକ୍ଷକ ନିରଞ୍ଜନ ପଶାୟତ ଙ୍କ ସମେତ ସ୍କାଉଟ୍ ଛାତ୍ର ମାନେ ସାମିଲ ହୋଇଥିଲେ ।



