ଢେ଼ଙ୍କାନାଳ ରେ ରଥ ଯାତ୍ରା ପାଇଁ ଆଜି ପବିତ୍ର ଆଖିତୃତୀୟ ରେ ରଥ କାଠ ଅନୁକୂଳ କରାଗଲା ଆଜି କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରୁ ୧୨ଟା ୫ ସମୟରେ ମହାପ୍ରଭୁ ଙ୍କ ଠୁ ଆଜ୍ଞା ମାଳ ଅଣା ଯାଇ ଢେ଼ଙ୍କାନାଳ ରଥ ଗଡ଼ା ସ୍ଥିତ ରଥ ଖଳାରେ ପହଞ୍ଚି ଥିଲା । ସେଠାରେ ପୂଜା ଅର୍ଚ୍ଚନା କରାଯାଇ ଥିଲା । ଏହି ଅନୁକୂଳ ସମୟରେ ପୂଜକ ମଳୟ କର ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର , ଦେବତ୍ରୟ ନିରୀକ୍ଷକ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ , ମନ୍ଦିର ଜୀମାଦାର ଶ୍ୟାମ ସୁନ୍ଦର ପାଣିଗ୍ରାହି ,ଓ ବିଶ୍ଵକର୍ମା ସନ୍ତୋଷ କୁମାର ଓଝା ଉପସ୍ଥିତି ରେ ବିଶ୍ଵକର୍ମା ରଥ କାଠ କୁ ଅନୁକୂଳ କରିଥିଲେ।

April 30, 2026/
No Comments


