ନିଜ ବାଡ଼ିରେ ଛିଡାହୋଇଥିବା ବେଳେ ହେଲା ବଜ୍ରପାତ, ଟଳି ପଡିଲେ ମହିଳା।ନିଜ ବାଡ଼ିରେ ଛିଡ଼ା ହୋଇଥିବା ବେଳେ ବଜ୍ରପାତ ରେ ମହିଳାଙ୍କ ମୃତ୍ୟୁ ନେଇ ସୂଚନା
କେନ୍ଦୁଝର ଜିଲ୍ଲାର ପାର୍ଶ୍ଵବର୍ତ୍ତୀ ଜିଲ୍ଲା ତଥା ଚମ୍ପୁଆ ନିକଟସ୍ଥ ମୟୂରଭଞ୍ଜ ଜିଲ୍ଲା ଘାଗରବେଡା ଥାନା ଅନ୍ତର୍ଗତ ବୁଡ଼ାମରା ବଡକେଶରୀ ଗ୍ରାମରେ ବଜ୍ରାଘାତରେ ଜଣେ ମହିଳା ଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା। ସୂଚନା ଅନୁଯାୟୀ ଗତକାଲି ଅପରାହ୍ନ ପାଖାପାଖି ସାଢେ଼ ତିନିଟା ସମୟରେ ବଡକେଶରୀ ଗ୍ରାମର ଦୁର୍ଗାଚରଣ ଗିରି ଙ୍କ ସ୍ତ୍ରୀ ଝରଣା ଗିରି (୪୫) ନିଜ ଘର ବାଡ଼ିରେ ଥିବା ସମୟରେ ହଠାତ୍ ବଜ୍ରପାତ ହୋଇଥିଲା । ବଜ୍ରାଘାତ ରେ ଝରଣା ତଳେ ପଡ଼ିଯାଇଥିଲେ । ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ନେଇଯାଇଥିଲେ। ହେଲେ ସେତେବେଳକୁ ଝରଣାଙ୍କ ମୃତ୍ୟୁ ହୋଇ ସାରିଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଘାଗରବେଡ଼ା ପୁଲିସ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ମୃତଦେହ କୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ୍।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-29.jpg)
