ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ
ତାଳଚେର, ୨୯-୩୦/୦୪ ତାଳଚେର ସାଉଥବଲଣ୍ଡାରୁ ହିଙ୍ଗୁଳା ଯାଇଥିବା ବାଇପାସ୍ ରାସ୍ତାରେ ସଡ଼କ ଦୁର୍ଘଟଣା ଜନିତ ଜଣଙ୍କର ମୃତ୍ୟୁ ହୋଇଥିବା ଦୁଃଖରଛାୟା ଖେଳାଇ ଦେଇଛି ଓ ଏହି ଘଟଣାକୁ ନେଇ ସେଠାରେ ଏକ ଚାପା ଉତେଜନା ଦେଖାଦେଇଥିଲା । ଘଟଣାରୁ ପ୍ରକାଶ ଆଜି ସକାଳ ୮ଘଟିକା ସମୟରେ ପ୍ରଶାନ୍ତ ସାହୁ (୪୦) ନିଜ ସ୍କୁଟି ଯୋଗେ ଏହି ରାସ୍ତାଦେଇ ଯାଉଥିବା ବେଳେ ଏକ ବୋଲେରୋ ତାଙ୍କୁ ଧକ୍କାଦେଇ ସେଠାରୁ ପଳାଯାଇଥିଲା । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଖବର ପ୍ରଚାରିତ ହେବାପରେ ଶତାଧିକ ଲୋକରୁଣ୍ଢ ହୋଇ ପାଟିତୁଣ୍ଡ କରିବା ସହ ଏକ ଉତେଜନା ପୂର୍ଣ୍ଣ ଅବସ୍ଥା ସୃଷ୍ଟି ହୋଇଥିଲା । ଶ୍ରୀ ସାହୁ ଗୁରୁଦ୍ୱାରରେ ଭଡା଼ଘର ନେଇ ଛୋଟମୋଟ ଦୋକାନ କରି ପରିବାର ଗୁଜୁରାଣ ମେଟାଂଉଥିଲେ ବୋଲି ଶୁଣିବାକୁ ମିଳେ । ତେବେ ଘଟଣା ସ୍ଥଳରୁ ଗାଡ଼ିଟି ଫେରାର୍ ହୋଇଯାଇଥିଲେ ମଧ୍ୟ ଏହି ବୋଲେରୋଟି ଓଡ଼ିଶା ସିକ୍ୟୁରିଟି ଇଣ୍ଡୋଷ୍ଟ୍ରିଆଲ (ଓଆଇଏସ୍ଏଫ)ର ବୋଲି ସେଠିକାର ଅଂଚଳବାସୀ ଅଭିଯୋଗ କରିଛନ୍ତି । ତେବେ ଏସମ୍ପର୍କରେ କୋଲିୟରୀ ଥାନାକୁ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ସୂରାକ୍ ମିଳିପାରିନଥିଲା



