ମଙ୍ଗଳପୁର ଗ୍ରାମ ମଜୁରି ଛକ ଠାରେଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ପ୍ରବଚନ ପାରାୟଣ ଓ ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି
ସଦର ବ୍ଲକ୍ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମ ମଜୁରୀ ଛକ ଠାରେ ୧୯ତମ ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ପ୍ରବଚନ ପାରାୟଣ ଓ ବିଶ୍ୱଶାନ୍ତି ମହାଯଜ୍ଞ ପୂର୍ଣାହୁତି ଅନୁଷ୍ଠିତ ହୋଇଯାଇଅଛି । ଗତ ୮ ତାରିଖରେ କଳସଯାତ୍ରା ଆରମ୍ଭ ହୋଇ ଏହା ୫ଦିନ ବ୍ୟାପୀ ଆଜି ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେଇ ମହାପ୍ରଭୁଙ୍କର ଆଶିଷ ଲାଭ କରିଥିଲେ । ଏହି ପାରାୟଣ ପ୍ରବଚନରେ ପ୍ରତ୍ୟେକ ଦିନ ନୟାଗଡ ଓଡଗାଁ କୁରାଳ ମଠର ବାବା ସନ୍ଥ ଶିରୋମଣୀ ବାବାଜୀ ଦଧୀବାମନ ଦାସ ମହାରାଜଜୀ ଓ ସାଥୀ ମାନେ ନିତ୍ୟ ଜଗନ୍ନାଥ କଥାମୃତ ପ୍ରବଚନ ଦେଇଥିଲେ ଏବଂ ଆଚାର୍ଯ୍ୟ ପ୍ରସନ୍ନ କୁମାର ଦାସ ସମସ୍ତ ପୂଜାକାର୍ଯ୍ୟ ଯଥା-କଳସ ଯାତ୍ରା, ପ୍ରତ୍ୟେହ ସୂର୍ଯ୍ୟ ପୂଜା ଓ ସଂଧ୍ୟା ଆଳତି ସଠିକ୍ ଭାବରେ କାର୍ଯ୍ୟ ତୁଲାଇଥିଲେ । ଏହି ପାଞ୍ଚ ଦିନ ବ୍ୟାପୀ କାର୍ଯ୍ୟକ୍ରମକୁ ଗ୍ରାମବାସୀ ପ୍ରଶାନ୍ତ କୁମାର ସାଇଁ, କୀର୍ତିଚନ୍ଦ୍ର ଦାସ, ଭାସ୍କର ଚନ୍ଦ୍ର ସାଇଁ, ବଲ୍ଲଭ ଚନ୍ଦ୍ର ଦାସ, ନିମାଇଁ ନାୟକ, ମାନସ ପଧାନ, ଜଳନ୍ଧର ସାହୁ, ପ୍ରମୋଦ ଦାସ, ପୂର୍ଣଚନ୍ଦ୍ର ସାଇଁ, ଭାସ୍କର ଚନ୍ଦ୍ର ସାଇଁ, ଜିତେନ୍ଦ୍ର ସେନାପତି ଏବଂ ପାଣ୍ଡବ ଚନ୍ଦ୍ର ଦାସ ପ୍ରମୁଖ ସଦସ୍ୟମାନେ ସହଯୋଗ କରି ସମ୍ପାଦନ କରୁଛନ୍ତି ।



