ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ୍ କାର୍ଯ୍ୟକ୍ରମ ଅନୁଷ୍ଠିତ
_ ଚାନ୍ଦବାଲି କାଳି ପଡିଆ ଠାରେ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଏକ ବିଶାଳ କୁଷକ ସମାବେଶ ଓ ମୁଖ୍ୟ ମନ୍ତ୍ରୀଙ୍କୁ ଧନ୍ୟବାଦ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବିଜେପି ରାଜ୍ୟ କୃଷକ ମୋର୍ଚ୍ଚାର ସଦସ୍ୟ ଉପେନ୍ଦ୍ର କୁମାର ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସାଂସଦ ଅଭିମନ୍ୟୁ ସେଠୀ, ରାଜ୍ୟ ସଭାପତି ମନମୋହନ ସାମଲ,ରାଜ୍ୟ କୃଷକ ମୋର୍ଚ୍ଚାର ସଭାପତି ମହେଶ୍ୱର ସାହୁ, ଭଦ୍ରକ ଜିଲ୍ଲା ସଭାପତି ଭଗବାନ ପଣ୍ଡା, ଭଦ୍ରକ ଜିଲ୍ଲା କୃଷକ ମୋର୍ଚ୍ଚା ପ୍ରଭାରି ଜିତେନ୍ଦ୍ର ବିଶ୍ଵାଳ, ଜିଲ୍ଲା କୃଷକ ମୋର୍ଚ୍ଚାର ସଭାପତି ଅଶୋକ କୁମାର ରାଉତ, ଜିଲ୍ଲା ସମ୍ପାଦକ କମଳାକାନ୍ତ ସୁତାର,କିଶୋର ନାୟକ ପ୍ରମୁଖ ଯୋଗଦେଇ ଥିଲେ।ବ୍ୟୁରୋ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-24-scaled.jpg)

