ଭୂବନେଶ୍ଵର: ଓଡ଼ିଆ ଚଳଚ୍ଚିତ୍ର ଜଗତର ସର୍ବାଙ୍ଗୀନ ବିକାଶ, ଓଡ଼ିଆ ଚଳଚ୍ଚିତ୍ରର ବହୁଳ ପ୍ରଚାର ଓ ପ୍ରସାର, ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଏବଂ ଚଳଚ୍ଚିତ୍ର ଜଗତ ସହିତ ସଂଶ୍ଳିଷ୍ଟ ବିଭିନ୍ନ ପ୍ରସଙ୍ଗକୁ ନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଆଜି ଏକ ବୈଠକର ଆୟୋଜନ କରାଯାଇଥିଲା।
ଓଡ଼ିଆ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ଅଭିନେତା ତଥା ଦିଗପହଣ୍ଡି ବିଧାୟକ ଶ୍ରୀଯୁକ୍ତ ସିଦ୍ଧାନ୍ତ ମହାପାତ୍ର ବୈଠକରେ ଅଧ୍ୟକ୍ଷତା କରିଥିଲେ। ଓଡ଼ିଆ ଚଳଚ୍ଚିତ୍ର ଜଗତର ନିର୍ମାତା, ନିର୍ଦ୍ଦେଶକ, ଅଭିନେତା, ଅଭିନେତ୍ରୀ, ଲେଖକ, ସଂଗୀତଜ୍ଞ ପ୍ରମୁଖ ବୈଠକରେ ଯୋଗଦେଇ ଚଳଚ୍ଚିତ୍ର ଜଗତର ବିକାଶ ଦିଗରେ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।ବୈଠକରେ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରକୁ ପ୍ରତିବର୍ଷ ନିୟମିତ ଭାବରେ ପ୍ରଦାନ କରାଯିବାକୁ ନେଇ ଆଲୋଚନା କରାଯାଇଥିଲା। ଏଥିସହିତ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ନିମନ୍ତେ ବିଚାରମଣ୍ଡଳୀର ସଦସ୍ୟ ଏବଂ ଅଧ୍ୟକ୍ଷଙ୍କ ଚୟନ, କଳା ଏବଂ ଚଳଚ୍ଚିତ୍ର ଜଗତ ସହିତ ସମ୍ପୃକ୍ତ ଥିବା ବ୍ୟକ୍ତି ଓ ବିଶେଷ ଭାବରେ ଯୁବବର୍ଗରୁ ଆସୁଥିବା କଳାପ୍ରେମୀମାନଙ୍କୁ ବିଚାରମଣ୍ଡଳୀରେ ସାମିଲ କରିବା, ପୁରସ୍କାର ରାଶିକୁ ବୃଦ୍ଧି କରିବା, ବର୍ତ୍ତମାନ ୩୩ଟି ବର୍ଗରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଉଥିବା ବେଳେ ଆଗକୁ ଆହୁରି ଅଧିକ ବର୍ଗ ପାଇଁ ପୁରସ୍କାର ପ୍ରଦାନ କରିବାର ବ୍ୟବସ୍ଥା କରିବା, ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ନିମନ୍ତେ ଏକ ସ୍ୱତନ୍ତ୍ର ୱେବସାଇଟ୍ ନିର୍ମାଣ କରି ପୁରସ୍କାର ସମ୍ବନ୍ଧୀୟ ସମସ୍ତ ତଥ୍ୟ, ମନୋନୀତ ହୋଇଥିବା ଏବଂ ପୁରସ୍କାର ପାଇଥିବା ସମସ୍ତ ଚଳଚ୍ଚିତ୍ର ଏବଂ କଳାକାରମାନଙ୍କର ବିବରଣୀକୁ ୱେବସାଇଟରେ ସ୍ଥାନିତ କରିବା ଆଦିକୁ ନେଇ ଆଲୋଚନା କରାଯାଇଥିଲା।ନୂତନ ଚଳଚ୍ଚିତ୍ର ନୀତିର (ଫିଲ୍ମ ପଲିସି) ପ୍ରଣୟନ କରିବା, ଚଳଚ୍ଚିତ୍ର ନିର୍ମାଣ ପାଇଁ ସରକାରୀ ପ୍ରୋତ୍ସାହନ ରାଶି ପ୍ରଦାନ କରିବା, ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଲିମିଟେଡ଼ (ଓଡ଼ିଶା ଫିଲ୍ମ ଡେଭେଲପ୍ମେଣ୍ଟ କର୍ପୋରେସନ୍ ଲିମିଟେଡ଼)କୁ ସଶକ୍ତ କରିବା ସହ ଏହାର କାର୍ଯ୍ୟ ପ୍ରଣାଳୀକୁ ସରଳୀକରଣ କରିବା, କଳିଙ୍ଗ ଷ୍ଟୁଡ଼ିଓର ବିକାଶ କରିବା ଆଦି ସମ୍ବନ୍ଧରେ ମଧ୍ୟ ଆଲୋଚନା କରାଯାଇଥିଲା।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-29.jpg)


