୧୦.୩୨୦ ଗ୍ରାମ ବ୍ରାଉନସୁଗାର ଜବତ : ୪ଗିରଫ
ତାଳଚେର, ୨୩/୦୫ ତାଳଚେର ଟାଉନ ଥାନା ପୋଲିସ୍ ଗତକାଲି ଚଢ଼ାଉ କରି ୪ଜଣଙ୍କ ନୀକଟରୁ ବ୍ରାଉନସୁଗାର ଓ ମୋବାଇଲ ଫୋନ୍ ଜବତ କରିଥିବା ଘଟଣା ସହରରେ ଡ଼ଗ୍ସ ମାଫିଆଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି । ଘଟଣାରୁ ପ୍ରକାଶ ଟାଉନଥାନାର ଏକ ଟିମ କୌଣସି ସୂତ୍ରରୁ ଖବର ପାଇ ଥାନା ଅଧିକାରୀଙ୍କ ନେତୃତ୍ୱରେ ଚଢ଼ାଉକରି ତାଳଚେର ଟାଉନ ରେମୁଁଆ ଗ୍ରାମର ସନ୍ତୋଷ ନାଏକ, ଦେଊଳବେଡ଼ା କ୍ୱାର୍ଟର ନଂ- ଆଇଡ଼ବ୍ଲୁ ଏସଏସ୍-୪ ଜିତେନ୍ଦ୍ର ସାମଲ, ସାଉଥବଲଣ୍ଡା ଗୁରୁଦ୍ୱାର ଅଂଚଳର ତୁରୁଣ ସିଂହ ଓ କୁନାଲ ସିଂହ(୨୨)ଙ୍କ ପ୍ରାୟ ଠାରୁ ୧୦.୩୨୦ ଗ୍ରାମ ଯାହାର ଆନୁମାନିକ ମୂଲ୍ୟ ୧ଲକ୍ଷ ଟଙ୍କା ହେବ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ୪ଟି ମୋବାଇଲ ଫୋନକୁ ଜବତ କରିଥିବା ପୋଲିସ୍ ସୂତ୍ରରୁ ସୂଚନା ପ୍ରଦାନ କରିବା ସହ ସେମାନଙ୍କୁ ଗିରଫକରି ଆଜି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି ।



