କେନ୍ଦ୍ର ବିଶ୍ୱବିଦ୍ୟାଳୟ ଶୁଭଉଦଘାଟନ କଲେ ଶିକ୍ଷାମନ୍ତ୍ରୀ
ତାଳଚେର, ୨୩/୦୫ ଆଜି କେନ୍ଦ୍ର ଶିକ୍ଷା ଦକ୍ଷତାମନ୍ତ୍ରୀ ତାଳଚେରର ପୁରୁଣା ଯୁବରାଜ ହାଇସ୍କୁଲ ନିକଟରେ କେନ୍ଦ୍ରୀୟ ବିଦ୍ୟାଳୟର ଭୂମିପୂଜନ ଉ୍ତ୍ସବ ଓ ତାଳଚେର କଲେଜରେ ଅସ୍ଥାୟୀଭାବେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବାକୁ ଦିନିକିଆ ଗସ୍ତରେ ଆସି ଶୁଭଉଦଘାଟନ କରିଥିଲେ । ଏହି ଅବସରରେ ଢ଼େଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି, ଅନୁଗୋଳ ବିଧାୟକ ପ୍ରତାପ ପ୍ରଧାନ, ପର୍ଜଙ୍ଗ ବିଭୂତି ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଓ ବିଧାୟକ ବ୍ରଜକିଶୋର ପ୍ରଧାନ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ଲୋକ ଉପସ୍ଥିତ ଥିଲେ । ଏହି ଅବସରରେ ଆଜି ତାଳଚେର ପୌରପରିଷଦ ପକ୍ଷରୁ ଶ୍ରୀ ପ୍ରଧାନଙ୍କୁ ସ୍ୱାଗତ କରାଯାଇଥିଲା । ନଗରପାଳ ପବିତ୍ର ଭୂତିଆଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ପୁରୁଷ ସ୍ଥାନୀୟ ପବିତ୍ର ମୋହନ ପ୍ରଧାନ ଛକ ଠାରେ ଥିବା ପବିତ୍ର ମୋହନ ପ୍ରଧାନଙ୍କ ପ୍ରତିମୂର୍ତିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାଲ୍ୟାର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯଯାତି କେଶରୀ ପଟ୍ଟନାୟକ, ବିଭୂତି ସାହୁ, ନୟନା ଦେହୁରୀ, ପୌରପରିଷଦ ନିର୍ବାହୀ ଅଧିକାରୀ ପ୍ରଦିପ ସାହା, କାଉନସିଲର ସନ୍ତୋଷ ବେହେରା, ଆସିଫ ଖାନ, ବାବୁନ ସ୍ୱାଇଁ, ପୌରଯନ୍ତ୍ରୀ ଗୋଲଖ ସାହୁ ଓ ସମସ୍ତ ପୌରକର୍ମଚାରୀଙ୍କ ସମେତ ୫ଶହରୁ ଉର୍ଦ୍ଧ୍ୱ ସମର୍ଥକ ମାନେ ସାମିଲ ହୋଇଥିଲେ । ତେବେ ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ନେତୃତ୍ୱରେ ତାଳଚେର କଲେଜ ଠାରୁ ପଦଯାତ୍ରାରେ ବାହାରି ତ୍ରିରଙ୍ଗା ଶୋଭାଯାତ୍ରା କରି ସବକଲେକ୍ଟର କାର୍ଯ୍ୟାଳୟ ପରିସରରେ ପଂହଚି ସେଠାରେ ରହିଥିବା ବୀରପୁତ୍ର ଓ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିସ୍ତମ୍ବରେ ପୁଷ୍ପମାଲ୍ୟଅର୍ପଣ କରିଥିଲେ । ଏହି କାର୍ଯ୍ୟକମରେ ହଜାର ହଜାର ଦଳୀୟ କର୍ମୀ ସାମିଲ ହୋଇଥିଲେ ।



