ଦୀର୍ଘ ଦୁଇଦିନ ଧରି ଚାଲିଥିବା ଧାରଣା ରୁ ଓହରିଲେ ଗ୍ରାମବାସୀ।କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ରରେ ପାଖାପାଖି ଦୁଇଦିନ ଧରି ଚାଲିଥିବା ଧାରଣା ର ଅବସାଦ ହୋଇଛି। ଯାହାକି ସୁଚନା ରହିଥିଲା କେନ୍ଦୁଝର ଜିଲ୍ଲାର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ଠାକୁରାଣୀ ସ୍ଥିତ ଆର୍ସେଲର ମିତ୍ତଲ କମ୍ପାନୀ ସମ୍ମୁଖରେ , କେନ୍ଦୁଝର ସାଂସଦ ଙ୍କ ବଡ଼ବିଲ ପୌରପାଳିକା ପ୍ରତିନିଧି ନୀଳମଣି ମହାନ୍ତ ଙ୍କ ନେତୃତ୍ୱରେ ବିଭିର୍ନ ଦାବୀ ନେଇ ଧାରଣାରେ ବସିଥିଲେ ଠାକୁରାଣୀ ଦଲକି, ବେଲକୁଣ୍ଡି ଓ ଏହାର ଆଖପାଖ ଗ୍ରାମବାସୀ, ଯାହାପାଇଁ ପାଖାପାଖି ଦୁଇଦିନ କମ୍ପାନୀ ର ପରିବହନ ବାଧାପ୍ରାପ୍ତ ହେବାସହ ପରିବହନ ପାଇଁ ଆସିଥିବା ଗାଡିଗୁଡ଼ିକ ରାସ୍ତାରେ ଠିଆ ହୋଇ ରହିଥିଲେ ଓ ଗାଡ଼ି ଚାଳକ ମାନେ ମଧ୍ଯ ହଇରାଣ ହରକତ ହୋଇଥିଲେ, କିନ୍ତୁ ଆଜି ପୂର୍ବାହ୍ନ ପ୍ରାୟ ଦଶ ଘଟିକା ସମୟରେ କମ୍ପାନୀ କର୍ତୁପକ୍ଷ ଆସି ଧାରଣାରତ ଲୋକଙ୍କ ସହ ଆଲୋଚନା ପରେ ଧାରଣାକୁ ଗୋଟିଏ ସପ୍ତାହ ପାଇଁ ସ୍ତଗିତ ରହିଥିବା ନେ଼ଇ ସୁଚନା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ର ଙ୍କ ରିପୋର୍ଟ।

April 29, 2026/
No Comments


