ଢେ଼ଙ୍କାନାଳ ଭାଗିରଥି ସାଗର କୂଳରେ ଥିବା ବାବା ଆଖଣ୍ଡଳ ମଣି ଙ୍କ ପୀଠରେ ଆଜି ସାବିତ୍ରୀ ବ୍ରତ ଥିବାରୁ ବିଶେଷ ପୂଜା ଅର୍ଚ୍ଚନା କରାଯାଇ ଥିଲା। ପ୍ରାତଃ ରୁ ମଙ୍ଗଳ ଆଳତି ମହା ସ୍ନାନ,ବେଲ ପତ୍ର ବିଭିନ୍ନ ପ୍ରକାରର ପୁଷ୍ପ ଓ ଭୋଗ ଲାଗି ପୂଜା ଅର୍ଚ୍ଚନା କରାଯାଇ ଥିଲା। ମଧ୍ୟାନ ରେ ଅର୍ଣ୍ଣ ଧୂପ ,ସନ୍ଧ୍ୟାରେ ଆଳତି ଓ ଘର୍ଷଣୀ କରାଯାଇ ମେଳା ବେଶ କରାଯାଇ ଥିଲା।ସେଥିରେ ଚୁଡ଼ା ଘଷା ଓ ପଣା ଭୋଗ ଲାଗି କରାଯାଇ ଥିଲା। ପୂଜକ ତୁଷାର ରଞ୍ଜନ ମିଶ୍ର ଓ ବିଭୂତି ଭୂଷଣ ପଣ୍ଡା ଙ୍କ ଦ୍ଵାରା ପୂଜା ଅର୍ଚ୍ଚନା କରାଯାଇ ଥିଲା।

April 16, 2026/
No Comments


