କ୍ରିୟାନୁଷ୍ଠାନ କମିଟି ତରଫରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଦାବୀପତ୍ର
ତାଳଚେର, ୨୬/୦୫ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଳଚେର କଲେଜ୍ ପଡିଆ ଠାରେ ଅସ୍ଥାୟୀ କେନ୍ଦ୍ରୀୟ ବିଦ୍ୟାଳୟର ଲୋକାର୍ପଣ ଉତ୍ସବ ଅବସରରେ ତାଳଚେର ସରକାରୀ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି ତରଫରୁ କେନ୍ଦ୍ରମନ୍ତ୍ରୀଙ୍କୁ ପବିତ୍ର ମୋହନ ମେଡିକାଲ୍ କଲେଜ୍ ରେ ପାଠପଢ଼ା ଓ ରୋଗୀସେବା ଆରମ୍ଭ କରିବା ପାଇଁ ଦାବୀପତ୍ର ପ୍ରଦାନ କରାଯାଇଥିଲା । କେନ୍ଦ୍ରମନ୍ତ୍ରୀ ଦାବୀପତ୍ର ଗ୍ରହଣ କରି ସଭାରେ ସକରାତ୍ମକ ଉତର ଦେଇ ଚଳିତ ବର୍ଷ ମେଡିକାଲ୍ ଛାତ୍ରଛାତ୍ରୀଙ୍କର ନାମଲେଖା ଓ ରୋଗୀ ଚିକିତ୍ସା କରିବା ନିମନ୍ତେ ତାଳଚେରବାସୀଙ୍କୁ ଅବଗତ କରିଥିଲେ । ସମସ୍ତ ତାଳଚେରବାସୀ ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଭୂୟଂଶୀ ପ୍ରଶଂସା କରିବା ସହିତ ଧନ୍ୟବାଦ ଦେଇଥିଲେ । ଦାବୀପତ୍ର ପ୍ରଦାନ ବେଳେ କ୍ରିୟାନୁଷ୍ଠାନ କମିଟିର ସଭାପତି ପଦ୍ମଚରଣ ସାମଲ, ସଂପାଦକ ବିଜୟ କୁମାର ପ୍ରଧାନ, ଉପଦେଷ୍ଠା ଚୈତନ୍ୟ ପ୍ରଧାନ, ସୁରେଶ ଚନ୍ଦ୍ର ପଟ୍ଟନାୟକ, ଶୋଭାଗିନୀ ଦାସ, ରମାକାନ୍ତ ସାମଲ, ସୁକାନ୍ତ ଦାସ, ଆନନ୍ଦ ଚନ୍ଦ୍ର ସାହୁ ଓ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ ।



