ତାଳଚେର, ୨୮/୦୫ – ତାଳଚେର ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ପଛକୁ ଲାଗି ଆରଡ଼ି ଅଫିସ୍ ଅବସ୍ଥିତ । ତାଳଚେର ବ୍ଳକ ଅଫିସ୍ ପଛପାଶ୍ୱର୍ରେ ରହିଥିବା ନୂତନ ସିଡ଼ିପିଓ କାର୍ଯ୍ୟାଳୟ ଠାରୁ ବର୍ଷାଜଳ ବୋହି ଆସି ଜମା ହୋଇଥାଏ ଆରଡ଼ି ଅଫିସ୍ କାର୍ଯ୍ୟାଳୟ ସମ୍ମୁଖରେ । ଏହା ଏକ ହ୍ରଦ ସଦୃଶ୍ୟ ହୋଇଥିବା ଦେଖିବାକୁ ମନେ ହୋଇଥାଏ । ସମ୍ଭବତଃ ଏହି କୁତ୍ରିମ ହ୍ରଦକୁ ପାରି ହୋଇ ଯିବାପାଇଁ କର୍ମଚାରୀମାନଙ୍କୁ ଆଦୌ ସମ୍ଭବ ନୁହେଁ । ଫଳରେ ବର୍ଷା ଦିନ ଗୁଡ଼ିକ ଏହି କାର୍ଯ୍ୟାଳୟଟି ସମ୍ପୂର୍ଣ୍ଣ ଭାବେ ଫାଟକରେ ତାଲା ପଡ଼ିଥାଏ । ପୁନଶ୍ଚ ଏହି କାର୍ଯର୍୍ୟାଳୟ ସମ୍ମୁଖରେ ଆରଏମସି କାର୍ଯ୍ୟାଳୟ, ଅବକାରୀ କାର୍ଯ୍ୟାଳୟ, ସଦର ଆରଆଇ ଅଫିସ୍, ଜନସେବାକେନ୍ଦ୍ର, ତାଳବେଡ଼ା ଆରଆଇ ଅଫିସ୍ ଇତ୍ୟାଦି ସରକାରୀ କାର୍ଯ୍ୟାଳୟ ଅବସ୍ଥିତ । ମୋଦି ସରକାର ସ୍ୱଚ୍ଛଭାରତ ଅଭିଯାନ କରି ଚାଲିଥିବା ବେଳେ ଉକ୍ତ କାର୍ଯ୍ୟାଳୟ ସମ୍ମୁଖରେ ଅଳିଆ ରଖିବାକୁ ଡ଼ଷ୍ଟବିନ୍ ନଥିବାରୁ ସେହି ସବୁ କାର୍ଯ୍ୟାଳୟର ବିଭିନ୍ନ ଅଦରକାରୀ କାଗଜପତ୍ର, ଅଳିଆ ଆବର୍ଜନ ଇତସ୍ତତ ହୋଇ ଅଂଚଳରେ ପଡ଼ି ଏକ ଶୋଚନୀୟ ଅବସ୍ଥା ସୃଷ୍ଟି କରିଥାଏ । ଏହି ହ୍ରଦ ପାଣିର ପ୍ରଭାବରେ କୌଣସି କାର୍ଯ୍ୟକୁ ନେଇ ଅଂଚଳବାସୀ ଏହି ଅଫିସ୍ ଗୁଡ଼ିକୁ ଯିବା ମଧ୍ୟ ସହଜ ସମ୍ଭବ ହୋଇନଥାଏ । ଅପରପକ୍ଷେ ଏହିସବୁ ସରକାରୀ କାର୍ଯ୍ୟାଳୟ ଗୁଡ଼ିକ ଦୀର୍ଘଦିନ ହେବ ରହିଥିଲେ ମଧ୍ୟ ସରକାରଙ୍କ ଓ ପୌରପରିଷଦ ପକ୍ଷରୁ କୌଣସି ହେଲେ କଙ୍କ୍ରିଟ ଓ ପିଚୁ ରାସ୍ତା ନଥିବାରୁ କର୍ମଚାରୀଙ୍କ ସମେତ ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଯଦି ଖୋଦ୍ ପ୍ରଶାସନ କାର୍ଯ୍ୟାଳୟ ଗୁଡ଼ିକ ମଧ୍ୟରେ ଏପରି ଅବସ୍ଥା ଦେଖାଦିଏ ତେବେ ଗାଁ ଗଣ୍ଡା ଗୁଡ଼ିକରେ ଅବସ୍ଥା କ’ଣ ଯେ, ନଥିବା ତାହା ଏହାର ନଗ୍ନଚିତ୍ରରୁ ବାରି ହୋଇପଡ଼ୁଛି । ମାତ୍ର ତାଳଚେର ପ୍ରଶାସନିକ ଅଧିକାରୀମାନେ କାହିଁକି ଯେ, ଏହି ସମସ୍ୟା ପ୍ରତି ଜାଣି ଅଜଣା ରହୁଛନ୍ତି? ଅନୁଗୋଳ ଜିଲ୍ଳାପାଳ ଅବଦୁଲ୍ଳ ଏମ. ଅଖତର ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବି ହେଉଛି ।

February 13, 2026/
No Comments


