ଭୂ-ଅର୍ଜନ ଅଧିକାରୀ ଓ ଜମିହରାଙ୍କ ତୃତୀୟ ମିଳିତ ଅଭିଯୋଗ ଶୁଣାଣି
ତାଳଚେର, ୨୭/୫ (ସହର): ମହାନଦୀ କୋଲଫିଲଡ ଲିମିଟେଡ଼ ର ସ୍ୱତନ୍ତ୍ର ଭୂ-ଅର୍ଜନ କାର୍ୟ୍ୟାଳୟପକ୍ଷରୁ ତୃତୀୟ ମିଳିତ ଜମିହରାପ୍ରଜାଙ୍କ ପାଇଁ ତାଳଚେର ଉପ-ଜିଲାପାଳଙ୍କ ସଭାଗୃହଠାରେ ଅଭିଯୋଗ ଶୁଣାଣି କାର୍ୟ୍ୟକ୍ରମ ଶିବିର ଗତ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି ଓ ଏହି ଶୁଣାଣି ଶିବିରକୁ ଉପ-ଜିଲାପାଳ ସମୀର କୁମାର ଜେନା ମହୋଦୟ ଅଧ୍ୟକ୍ଷତା କରିଥିଲେ ଓ ଶିବିରରେ ମହାନଦୀ କୋଲଫିଲଡ ଲିମିଟେଡ଼ ର ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ ପ୍ରତାପ ହରି ପ୍ରଧାନ, ସମସ୍ତ କ୍ଷେତ୍ରର ଭୂମି ଅଧିଗ୍ରହଣ ଅଧିକାରୀ, ପୁନଃ ସ୍ଥାପନ ଏବଂ ପୁନଃ ଥଇଥାନ ଅଭିଯୋଗ ସମାଧାନ କାର୍ୟ୍ୟାଳୟ ର ଅଧିକାରୀ ପ୍ରେମାନନ୍ଦ ପ୍ରଧାନଙ୍କ ସହ ବିଭିନ୍ନ ଗ୍ରାମର ଜମିହରା ପ୍ରଜା ମାନେ ସେମାନଙ୍କ ଅଭିଯୋଗ ଦାଖଲ କରିଥିଲେ ଓ ଶିବିରରେ ସମୁଦାୟ ୧୩ ଟି ଅଭିଯୋଗ ଗ୍ରହଣ ହୋଇ ସେଗୁଡିକର ଶୁଣାଣି ହୋଇଥିଲା ଓ ଏହି ୧୩ ଟି ଅଭିଯୋଗ ମଧ୍ୟରୁ ୯ ଟି ଅଭିଯୋଗ ର ତୁରନ୍ତ ନିଷ୍ପତି ଗ୍ରହଣ କରାଯାଇଥିଲା



