ଶିକ୍ଷକ ରମେଶ ଚନ୍ଦ୍ର ସାହୁଙ୍କ ଏକାଦଶାହ ଉପଲକ୍ଷେ ସ୍କୁତିଚାରଣ ସଭା ଅନୁଷ୍ଠିତ
ଯାଜପୁର _ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ନାଉପାଳ ଗ୍ରାମର କ୍ରୀଡ଼ା ଶିକ୍ଷକ ରମେଶ ଚନ୍ଦ୍ର ସାହୁଙ୍କ ଏକାଦଶାହ ଉପଲକ୍ଷେ ଏକ ସ୍କୁତିଚାରଣ ସଭା ବାଳମୁକୁଳୀ ହାଟ ସ୍ଥିତ ତାଙ୍କ ବାସଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ସମାଜସେବୀ ଓ ପରୋପକାରୀ ଖରସ୍ରୋତା ପୁସ୍ତକ ମେଳାର ସ୍ରଷ୍ଟା ଓ ସଭାପତି ପଦ୍ମାକର ଗୁରୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଶିକ୍ଷାବିତ ରମାକାନ୍ତ ନାୟକ, ଶିକ୍ଷକ ରନ୍ତ୍ରାକର ସାହୁ, ଶିକ୍ଷକ ରଶ୍ମୀରଂଜନ ବେହେରା, ନିରଞ୍ଜନ ପାତ୍ର, ଶିକ୍ଷାବିତ ସୁଧୀର କୁମାର ଆଚାର୍ଯ୍ୟ, ପ୍ରଧାନ ଶିକ୍ଷକ ଅକ୍ଷୟ ସେଠୀ,ଅଶୋକ ସାହୁ,ଭାଗ୍ୟଧର ସାହୁ, ଶିକ୍ଷକ ଭାରତ ଭୁଷଣ ମଲ୍ଲୀକ ପ୍ରମୁଖ ଯୋଗଦେଇ ସେମାନଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ ସ୍ବର୍ଗତ ସାହୁ ଏକାଧାରରେ ଜଣେ ସଫଳ ଶିକ୍ଷକ ସମାଜସେବୀ ଓ ପରୋପକାରୀ ଭାବରେ କାର୍ଯ୍ୟ କରିଥିଲେ। କ୍ରୀଡ଼ା ଶିକ୍ଷକ ଭାବରେ ତାଙ୍କର ଅବଦାନ ଅତୁଳନୀୟ।ବହୁ ଛାତ୍ର ଛାତ୍ରୀଙ୍କୁ ମଣିଷ ପରି ମଣିଷ ଗଢି ଥିଲେ।



