*ଦଶରଥପୁର କଳା ପରିଷଦ ଉଦ୍ଘାଟିତ*
ଦଶରଥପୁର, ଗତ ତା.୩୧ .୦୫.୨୫ ରିଖ ଦିନ ଦଶରଥପୁର ବ୍ଲକ୍ ଅନ୍ତର୍ଗତ ସାଧୁ ଗୋସେଇଁ ପୀଠ ସନ୍ନିକଟସ୍ଥ ରମେଶ କାୟସ୍ତଙ୍କ ବାସ ଭବନରେ ଦଶରଥପୁର କଳା ପରିଷଦର କାର୍ଯ୍ୟାଳୟ ଉଦ୍ଘାଟିତ ହୋଇଯାଇଛି। ଉକ୍ତ ଉଦ୍ଘାଟନ ସଭାରେ ଯୁବ ସମାଜସେବୀ ମହେଶ୍ୱର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର ଉତ୍ତରୋତ୍ତର ଶ୍ରୀବୃଦ୍ଧି ତଥା ସମୃଦ୍ଧି ନିମନ୍ତେ ସମସ୍ତଙ୍କ ସାହାଯ୍ୟ ସହଯୋଗର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ।ପ୍ରଯୋଜକ/ ନିର୍ଦ୍ଦେଶକ ଅଶୋକ କୁମାର ସାହୁ, ଦୁର୍ଯ୍ୟୋଧନ ସାହୁ,ଗୋବିନ୍ଦ ସାହୁ, ବିଷ୍ଣୁଚରଣ ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ନବଗଠିତ କଳା ପରିଷଦର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।ସଭା ଶେଷରେ କର୍ମକର୍ତ୍ତା ଚୟନ କରାଯାଇଥିଲା। ସୁଶାନ୍ତ କୁମାର ମହାପାତ୍ର -ସଭାପତି, ମନିଷ କୁମାର ସାହୁ -ଉପ ସଭାପତି, ସୁଜିତ୍ କୁମାର ନାୟକ – ସମ୍ପାଦକ, ବିଶ୍ୱଜିତ୍ ମହାପାତ୍ର – ସହ ସମ୍ପାଦକ, ସୁରଥ କାୟସ୍ତ – କୋଷାଧ୍ୟକ୍ଷ ତଥା ପର୍ଶୁରାମ ସାହୁ ଉପଦେଷ୍ଟା ଭାବେ ଉକ୍ତ ଅନୁଷ୍ଠାନକୁ ଚଳାଇବେ ବୋଲି ବିଧିବଦ୍ଧ ଭାବେ ସ୍ଥିର କରାଯାଇଥିଲା। ଉକ୍ତ କଳା ପରିଷଦର ଶିକ୍ଷାଦାନ ଆସନ୍ତା ଜୁନ୍ ୧ ତାରିଖ ଠାରୁ ଆରମ୍ଭ ହେବ ବୋଲି ଘୋଷଣା କରାଯାଇଥିଲା।



