ଆମ ପ୍ରତିଭା ଆମ ଆଦର୍ଶ ସଂଗଠନ ଦ୍ୱାରା କୃତ୍ତି ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ହିନ୍ଦୋଳ :31/05/2025ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ସା ତମାଇଲ ଜନତା କଲେଜ ପରିସରରେ ଆଜି ହିନ୍ଦୋଳ ଓ ଓଡାପଡା ବ୍ଲକ ର ସବୁ ସ୍କୁଲ ଓ କଲେଜ ର କୃତ୍ତି ଛାତ୍ର ଛାତ୍ରୀ ଙ୍କୁ ନେଇ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ଆଜିର ଏହି ମହତ କାର୍ଯ୍ୟକୁ ପୂବର୍ତନ ସାଂସଦ ମହେଶ ସାହୁ ଙ୍କ ଆହ୍ୱାନରେ ଆମ ପ୍ରତିଭା ଆମ ଆଦର୍ଶ ର ସଭାପତି ଦେବୀପ୍ରସାଦ ପଟ୍ଟନାୟକ ଓ ସମ୍ପାଦକ ପ୍ରଶାନ୍ତ ଦାସ ଦ୍ୱାରା ଆୟୋଜନ କରାଯାଇଥିଲା । ଆଜିର ଏହି ହିନ୍ଦୋଳ ପ୍ରତିଭା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ହିନ୍ଦୋଳ ର ଉପଜିଲ୍ଲାପାଳ ମହୋଦୟ, ସଂନମାନୀୟ ଅତିଥି ହିନ୍ଦୋଳ ତହସିଲଦାର ଓ ମୁଖ୍ୟ ବ୍ୟକ୍ତା ଭାବେ ହିନ୍ଦୋଳ ର SDPO sir ଯୋଗ ଦେଇ କୃତ୍ତି ଛାତ୍ର ଛାତ୍ରୀ ଙ୍କ ପାଇଁ ସୁଅଭିଭାଷଣ ପ୍ରଦାନ କରିବାସହିତ ମାନପତ୍ର ଓ ପୁରସ୍କାର ଦେଇ ସମ୍ବର୍ଦ୍ଧିତ କରିଥିଲେ ଏବଂ ଅନ୍ୟ ବିଶିଷ୍ଟ ଅତିଥି ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରିୟରଞ୍ଜନ ମାହୁନ୍ତ, ରତିକାନ୍ତ ଗଣନାୟକ, ଶ୍ରୀନିବାସ ମିଶ୍ର ଓ ଅନୁଷ୍ଠାନର କାର୍ଯ୍ୟକର୍ତା ସୁବ୍ରତ ମହାପାତ୍ର, ସୁଶାନ୍ତ ବେହେରା, ପ୍ରଦ୍ୟୁମ୍ନ ବେହେରା, ବିଭୂପ୍ରସାଦ ଶତପଥୀ, ଶ୍ରୀକାନ୍ତ ମହାପାତ୍ର ଯୋଗଦେଇ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ଏହି ମହତ କାର୍ଯ୍ୟକ୍ରମ କୁ ହିନ୍ଦୋଳ ଅଂଚଳ ର ବୁଦ୍ଧିଜୀବୀମାନେ ପ୍ରଶଂସା କରିଛନ୍ତି। ଏବଂ କୃତ୍ତି ଛାତ୍ର ଛାତ୍ରୀ ଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି।
ହିନ୍ଦୋଳ ରୁ ସୁବ୍ରତ ମହାପାତ୍ର ଜାଗ୍ରତ ଭାରତ ନ୍ୟୁଜ

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-16.jpg)


