ସଚ଼େତନତା ଧର୍ମୀ ୪ ବିକାଶ ବାହନ ପରିକ୍ରମଣ ଶୁଭାରମ୍ଭ
ଢ଼େଙ୍କାନାଳ, ତ।. ୧୨.୦୬.୨୦୨୫- ସରକାର ଗଠନର ବର୍ଷପୂର୍ତ୍ତି ଉପଲକ୍ଷେ ସରକାରୀ ଯୋଜନାର କାର୍ଯ୍ୟକାରିତା ଓ ଏଥିରେ ହିତାଧିକାରୀମାନଙ୍କ ସହଯୋଗ ଓ ଭାଗୀଦାରୀ ପାଇଁ ଆଜି ପଞ୍ଚାୟତିରାଜ ଓ ପାନୀୟ ଜଳବିଭାଗ ପକ୍ଷରୁ ସାରା ରାଜ୍ୟରେ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ସଂପର୍କୀତ ବିକାଶ ବାହନ ପରିକ୍ରମଣର ଶୁଭାରମ୍ଭ ହୋଇଛି । ଏହି ଅବସରରେ ଆଜି ପୂର୍ବାହ୍ନରେ ଜିଲ୍ଲାକାର୍ଯ୍ୟାଳୟ ଠାରେ ପୂଜାର୍ଚ୍ଚନା ପରେ ମାନ୍ୟବର ମନ୍ତ୍ରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ଶ୍ରୀ ଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର ବିକାଶ ବାହାନ ଗୁଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଉତ୍ସବରେ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର, ଜିଲ୍ଲାପାଳ ଶ୍ରୀ ସୋମେଶ କୁମାର ଉପାଧ୍ୟାୟ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀରମେଶ ଚ଼ନ୍ଦ୍ର ସେଠୀ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦିପ୍ତି ରଂଜନ ସେଠୀ ମଧ୍ୟ ଏଲ.ଇ.ଡ଼ି. ଭ୍ୟାନ୍ ଗୁଡ଼ିକୁ ଶୁଭାରମ୍ଭ କରିଥିଲେ । କର୍ମ ଯୋଗାଣ, ଜଳସେଚନ, ଗୃହ ନିର୍ମାଣ, ଶିକ୍ଷା ଓ ସ୍ୱାସ୍ଥ୍ୟ, ନାରୀ ସଶକ୍ତିକରଣ,ଯୁବଶକ୍ତି ଉତ୍ଥାନ, ସାମାଜିକ ପ୍ରତିବଦ୍ଧତା, ଅନ୍ନ ଯୋଜନା ଆଦିରେ ଥିବା ସୁବିଧା ସୁଯୋଗକୁ ହିତାଧିକାରୀ ମାନେ ଉପଲବ୍ଧ ହେବା ପାଇଁ ଏହି ୪ ଟି ବିକାଶ ବାହାନ ଜିଲ୍ଲାର ସମସ୍ତ ବ୍ଲକ୍ ଏବଂ ପୌରାଞ୍ଚଳରେ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଜନସାଧାରଣଙ୍କୁ ସଚେତନ କରାଇବ । ଫଳରେ ଅଧିକରୁ ଅଧିକ ହିତାଧିକାରୀ ବିଭିନ୍ନ ଯୋଜନାରେ ସାମିଲ ହୋଇ ରାଜ୍ୟର ଦ୍ରୁତ ବିକାଶରେ ଅଂଶ ଗ୍ରହଣ କରି ସହଯୋଗ କରିପାରିବେ ।



