ଜିଲ୍ଲା ସ୍ତରୀୟ ବିକାଶ ମେଳା ଉଦଘାଟିତ

ଢେଙ୍କାନାଳ :12/06- ଆଜି ଅପରାହ୍ନରେ ମହିଷାପାଟ ସ୍ଥିତ ପଲ୍ଲିଶ୍ରୀ ମେଳା ପଡିଆରେ ଜିଲ୍ଲାସ୍ତରୀୟ ବିକାଶ ମେଳାର ଉଦ୍ଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀ ସୋମେଶ କୁମାର ଉପାଧ୍ୟାୟ ଓଡ଼ିଆ ଖାଦ୍ୟ ର ପ୍ରଚାର ପ୍ରସାର ପାଇଁ ଓଡ଼ିଆ ପରାମ୍ପରିକ ଖାଦ୍ୟ ଷ୍ଟଲ, ଓରମାସ ଷ୍ଟଲ ଓ ବିଭାଗୀୟ ଷ୍ଟଲ ଗୁଡିକର ଶୁଭାରମ୍ଭ କରିଥିଲେ l ଏହାପରେ ଜିଲ୍ଲାପାଳ ବିଭିନ୍ନ ଷ୍ଟଲ ବୁଲି ବିଭିନ୍ନ ପ୍ରକାର ସାମଗ୍ରୀ ଦେଖିଥିଲେ l ଏହି ଅବବସରରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ବିକାଶ ମେଳା ମଞ୍ଚର ଶୁଭ ଉଦଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ର ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଦୀପ୍ତି ରଞ୍ଜନ ସେଠି, ଓରମାସ ର ଅଧିକାରୀ ଶ୍ରୀ ଅଶ୍ୱିନୀ କୁମାର ବେହେରା, ଜିଲ୍ଲା ସ୍ତରୀୟ ଅଧିକାରୀ, ମାଭଉଣୀ ମାନେ, ସାଧାରଣ ଜନତା ଓ ସାମ୍ବାଦିକ ବନ୍ଧୁଗଣ ଯୋଗଦେଇଥିଲେ l




