ତାଳଚେର ପ୍ରସିଦ୍ଧ ଗଣେଶ ପୂଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ : ଡ଼ିଜେକୁ ସମ୍ପୂର୍ଣ୍ଣ ନିଷେଦ୍ଧ
ତାଳଚେର, ୦୮/୦୭ ତାଳଚେର ଗଣପର୍ବ ପ୍ରସିଦ୍ଧ ଗଣେଶ ପୂଜାର ପ୍ରସ୍ତୁତି ବୈଠକ ଆଜି ସନ୍ଧ୍ୟାରେ ସ୍ତାନୀୟ ଦେଉଳବେଡ଼ା ସ୍ଥିତ ଡ଼ିସିଆଇ କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରୀୟ ଗଣେଶପୂଜା କମିଟିର ସଭାପତି ତଥା ତାଳଚେର ଉପଜିଳ୍ଳାପାଳ ସମିର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ସର୍ବସମ୍ମତିକ୍ରମେ ନିଆଯାଇଥିବା ପ୍ରସ୍ତାବ ଗୁଡ଼ିକ ଗୃହୀତ ହୋଇଥିଲା । ତାଳଚେର ପ୍ରସିଦ୍ଧ ଗଣେଶ ପୂଜା ଆସନ୍ତା ଅଗଷ୍ଟ ୨୭ତାରିଖ ଠାରୁ ଆରମ୍ଭ ହୋଇ ସେପ୍ଟେମ୍ବର ୭ତାରିଖ ଇନ୍ଦୁପୂର୍ଣ୍ଣିମା ତିଥିରେ ଭସାଣୀ ଉତ୍ସବ ଅନୁଷ୍ଠିତ ହେବ । ଚଳିତବର୍ଷ ଘୋଡ଼ାଶାଳ ଠାରୁ ଆରମ୍ଭକରି ହାଣ୍ଡିଧୂଆଁ ପର୍ଯ୍ୟନ୍ତ ପୂଜାମଣ୍ଡପ ଗୁଡ଼ିକୁ ଅଧିକ ଆକର୍ଷଣୀୟ ଓ ଶାନ୍ତିଶୃଙ୍ଖଳା ସହିତ ପାଳନ କରିବାକୁ ସମସ୍ତ ପୂଜାକମିଟିର କର୍ମକର୍ତାମାନଙ୍କୁ ଅନୁରୋଧ କରାଯାଇଥିଲା । ଏଥିସହିତ ଶଦ୍ଦପ୍ରଦ୍ୟୁଷଣ ରୋକିବା ନେଇ ଡ଼ିଜେ ସାଉଣ୍ଡ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯିବାକୁ ନିଷ୍ପତି ଗ୍ରହଣ ହୋଇଥିଲା । ସହରର ବିଭିନ୍ନ ସ୍ଥାନରେ ସାଂସ୍ୃତିକ କାର୍ଯ୍ୟକ୍ରମ ପୂଜାସମୟରେ ଶାନ୍ତିଶୃଙ୍ଖଳାର ସହ କରାଯିବାକୁ ନେଇ ପୂଜାକମିଟି ଗୁଡ଼ିକ ତତ୍ପରତା ପ୍ରକାଶ କରିଥିଲେ ଓ ଭସାଣୀ ପୂର୍ବଦିନ ହେଉଥିବା ୩ଟନ ୫ଶହକେଜି ଲଡ଼ୁକୁ ଚଳିତବର୍ଷ ଅଧିକ ଆକର୍ଷିତ କରିବାକୁ ଓ ଅଧିକ ବିଶିଷ୍ଟ ଓଜନର ଲଡ଼ୁ କରାଯିବାନେଇ ନିଲାମ କରିବାକୁ ପ୍ରସ୍ତାବ ଆଗତ କରାଯାଇଥିଲା । ଏହି ବୈଠକରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ତଥା କେନ୍ଦ୍ରୀୟ ପୂଜାକମିଟିର କାର୍ଯ୍ୟକାରୀ ସଭାପତି କୌଣସି କାରଣରୁ ଅନୁପସ୍ଥିତ ଥିବାରୁ ଏଠାରେ ଦାୟୀତ୍ୱରେ ଥିବା ତାଳଚେର ଥାନା ଅଧିକାରୀ, କୋଲିୟରୀ ଥାନା ଅଧିକାରୀମାନେ ଉପସ୍ଥିତ ଥିଲେ । କମିଟିର ଉପସଭାପତି ଡ଼ଃ ରଶ୍ମିରଞ୍ଜନ ମିଶ୍ର ସ୍ୱାଗତ ଭାଷଣ ସହ ମଂଚ ପରିଚାଳନା କରିଥିବା ବେଳେ ଅନ୍ୟତମ ଉପସଭାପତି ପ୍ରକାଶ ମହାରଣା କାର୍ଯ୍ୟକ୍ରମ ସମ୍ପର୍କରେ ଉଲ୍ଲେଖ କରିଥିଲେ । ସାଧାରଣ ସମ୍ପାଦକ ଦିଲ୍ଲୀପ ପାଣି ବିବରଣୀପାଠ ଓ ଅଶୋକ ସତପଥୀ ଧନ୍ୟବାଦ୍ ଅର୍ପଣ କରିଥିଲେ । ପୂଜାକମିଟି ଗୁଡ଼ିକର ସଭାପତି, ସମ୍ପାଦକ ଓ କେନ୍ଦ୍ରୀୟ ଗଣେଶପୂଜା କମିଟିର ସଦସ୍ୟମାନେ ଯୋଗଦେଇ ଆଲୋଚନା କରିଥିଲେ ।



