ହିଙ୍ଗୁଳା ପାଠାଗାର ପକ୍ଷରୁ ବନ ମହୋତ୍ସବ
ତାଳଚେର, ୦୮/୦୭ ତାଳଚେର ବ୍ଲକ କଳମଛୁଇଁ ଗ୍ରାମସ୍ଥିତ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମା ହିଙ୍ଗୁଳା ପାଠାଗାର ପକ୍ଷରୁ ୭୬ତମ ବନ ମହୋତ୍ସବ ପାଳନ କରାଯାଇଛି । ଏହି ଅବସରରେ ଅନୁଗୋଳ ବାରସିଂହା ଗ୍ରାମସ୍ଥିତ ଶ୍ରୀ ଅଭିରାମ ପରମହଂସ ଆଶ୍ରମ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପାଠାଗାରର ସମ୍ପାଦକ ପ୍ରକୃତିବନ୍ଧୁ ବିଭୂତି ଭୂଷଣ ସ୍ୱାଇଁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ଶିକ୍ଷାବିତ୍ ଡ.ପ୍ରଶାନ୍ତ କୁମାର ରଥ ଓ ସମ୍ମାନୀତ ଅତିଥି ଭାବରେ ଶିକ୍ଷାବିତ୍ କୃଷ୍ଣଚନ୍ଦ୍ର ସାହୁ, ଅଧ୍ୟାପିକା ବିନୋଦିନୀ ପାଣି, ସମାଜସେବୀ ବୀରବିକ୍ରମ ସିଂ ସାମଲ ଓ ସୁକାନ୍ତି ସାହୁ ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଅତିଥିମାନେ ମଠ ପରିସରରେ ଶ୍ରୀ ଅଭିରାମ ପରମହଂସଙ୍କ ପ୍ରତିଚ୍ଛବିରେ ପାଖରେ ପ୍ରଦୀପ ପ୍ରଜ୍ଜଳନ କରି ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ପାଠାଗାରର ସଦସ୍ୟମାନେ ମଠ ପରିସରରେ ଆମ୍ବ,ପିଜୁଳି, ଲେମ୍ବୁ, ନଡ଼ିଆ, ବେଲ ଆଦି ୩୦ଟି ଚାରା ରୋପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ପଚାନନ ବେହେରା, ସାଲିନା ସ୍ୱାଇଁ, ପ୍ରମିଳା ସ୍ୱାଇଁ ଓ ତପସ୍ୱିନୀ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ ।



