ଜୁନାଗଡ଼ ଲଙ୍କେଶ୍ଵରୀ ପ୍ରେସ କ୍ଲବ ତରଫରୁ ନିରୀହ ଗରିବ ଅସହାୟ ଭିକ୍ଷା ବୃତ୍ତି କରୁଥିବାଲୋକଙ୍କୁଛତାଓବିସ୍କୁଟଫଲ ବଣ୍ଟନ…

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଠାରେ ଆଜି ଜୁନାଗଡ଼ ଲଙ୍କେଶ୍ଵରୀ ପ୍ରେସ କ୍ଲବ ତରଫରୁ ଜୁନାଗଡ଼ର ସୁପ୍ରସିଦ୍ଧ ମା ଲଙ୍କେଶ୍ଵରୀ ମନ୍ଦିର , କନକ ଦୁର୍ଗା ମନ୍ଦିର ଏବଂ ଶନି ମନ୍ଦିର ପ୍ରାଙ୍ଗଣରେ ବସି ଭିକ୍ଷା ବୃତ୍ତି କରୁଥିବା ଗରିବ ନିରୁପାୟ ଅସହାୟ ବ୍ୟକ୍ତିଙ୍କୁ ଛତା,ଫଳ ଏବଂ ବିସ୍କୁଟ ବଣ୍ଟନ କରିଥିବା ଦେଖିବାକୁ ମିଳିଛି l ଏଥିରେ ଲଙ୍କେଶ୍ଵରୀ ପ୍ରେସ କ୍ଲବର ସଭାପତି ଦୁର୍ଯୋଧନ ମାଝୀ , ଉପଦେଷ୍ଟା ପ୍ରଦୀପ ପଟ୍ଟନାୟକ, ଉପସଭାପତି ଗୟାରାମ ପୁଝାରୀ , ସଂପାଦକ ପୂର୍ଣ୍ଣ ଚନ୍ଦ୍ର ପାଣିଗ୍ରାହୀ, ସହ ସଂପାଦକ ବାଲେଶ୍ବର ସୁନାନୀଏବଂ ପ୍ରେସ କ୍ଲବ ର ସଦସ୍ୟ ତଥା , ଜଗନ୍ନାଥ ନାଏକ, କୃଷ୍ଣ ଚନ୍ଦ୍ର ଲହଜଲ ,ଚନ୍ଦ୍ର ଧ୍ଵଜ ନାଏକ, ଲାବଣ୍ୟ ନାଏକ ଏବଂ ଭବାନୀ ଗହୀର ସମେତ କ୍ଲବର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଏହି ଛତା ଫଳ ବଣ୍ଟନ କାର୍ଯକ୍ରମ ପ୍ରସ୍ତୁତ କରି ଆଜି ଜୁନାଗଡ଼ର ପ୍ରତ୍ୟେକ ମନ୍ଦିର ପ୍ରାଙ୍ଗଣରେ ଯାଇ ଭିକ୍ଷା ବୃତ୍ତି କରୁଥିବା ବୃଦ୍ଧା ବୃଦ୍ଧିଙ୍କୁ ଛତା ଫଳ ବଣ୍ଟନ କରିଥିବା ଦେଖିବାକୁ ମିଳିଛି l ଲଙ୍କେଶ୍ୱରି ପ୍ରେସ କ୍ଲବର ସଭାପତି ଏବଂ ସଂପାଦକ ଙ୍କ କହିବାନୁଯାୟୀ ଆଗାମୀ ଦିନରେ ଏଭଳି ନିରୀହ ଅସହାୟ ବ୍ୟକ୍ତିଙ୍କୁ ଅନେକ ସହଯୋଗର ହାତ ବଢ଼ାଇବୁ ଏବଂ ଯାହାର ଘର ଭାଙ୍ଗିଛି ପଳିଥିନର ବ୍ୟବସ୍ଥା କରିବୁ , ବସ୍ତ୍ର ବଣ୍ଟନ କରିବୁ ଏବଂ ପ୍ରତ୍ୟେକ ମାସେ ଦିମାସରେ ସରକାରୀ ହସ୍ପିଟାଲରେ ସମସ୍ତ ରୋଗୀଙ୍କୁ ବିସ୍କୁଟ,ଫଳ ଏବଂ ସ୍ଲାଇସ ବଣ୍ଟନ କରିବାର ପ୍ରୟାସ କରିବୁ ଏବଂଲୋକଙ୍କସେବାରେ ରହିବୁ ବୋଲି ମତ ପ୍ରକାଶ କରିଥିଲେ, ସାମ୍ବାଦିକଙ୍କ ଏହି ପଦକ୍ଷେପ ବହୁତ ବଡ଼ ଗୁରୁତ୍ବପୁର୍ଣ ବୋଲି ଜନମ଼ହଲରେ ଜୋରଧରିଛି..। କଳାହାଣ୍ଡି ଜୁନାଗଡ ରୁ ବାଲେଶ୍ଵର ସୁନାନୀଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।




