ସ୍ବର୍ଗତା ମୋତିଲତା ନାୟକଙ୍କ ଏକାଦଶାହ ଉପଲକ୍ଷେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ଯାଜପୁର _____ ବିଂଝାରପୁର ବ୍ଳକ ଅନ୍ତର୍ଗତ ହଳଦିଡୀହ ପଞ୍ଚାୟତର ଫଳପୁର ଗ୍ରାମର ଅଦ୍ଵୈତ ଚରଣ ସରକାରୀ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ଜନପ୍ରିୟ ସମାଜସେବୀ ପ୍ରଶାନ୍ତ କୁମାର ନାୟକଙ୍କ ପରମପୁଜ୍ୟ ମାତା ମୋତି ଲତା ନାୟକଙ୍କ ପରଲୋକରେ ଆଜି ତାଙ୍କ ବାସଭବନ ଠାରେ ଏକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି।

ଯାଜପୁର ଜିଲ୍ଲା ଯାଦବ ମହାସଂଘର ପ୍ରତିଷ୍ଠାତା ସଭାପତି ରବିନ୍ଦ୍ର ନାଥ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ସମ୍ମାନିତ ଅତିଥି ଭାବେ ପ୍ରାଧ୍ୟାପକ ଅଜୟ ଓଝା, ପ୍ରାଧ୍ୟାପକ ସୁଶାନ୍ତ କୁମାର ନାୟକ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନାରାୟଣ ଚନ୍ଦ୍ର ଦାଶ, ଶିକ୍ଷକ ନିରଞ୍ଜନ ଦାଶ,ମେଘନାଥ ମହାଳିକ, ପ୍ରାକ୍ତନ ବ୍ଳକ ଅଧ୍ୟକ୍ଷ ପୁରୁଷୋତ୍ତମ ବେହେରା,କବି ଓ ସମିତି ସଭ୍ୟ ସନ୍ତୋଷ କୁମାର ବେଉରିଆ,ଜଜୟ ବେହେରା, କୁଳମଣି ଦାଶ,ଗୈରହରି ସାମଲ,ଗୈରାଙ୍ଗ ଚରଣ ରାଉତ, ସରପଞ୍ଚଙ୍କ ପ୍ରତିନିଧି ରଶ୍ମୀରଂଜନ ନାୟକ, ବିଭୁତି ଘଡେ଼ଇ,ରାଧୁଚରଣ ସାମଲ ପ୍ରମୁଖ ଯୋଗଦେଇ ସ୍ୱର୍ଗତା ନାୟକଙ୍କ ଉପରେ କହିଲେ ଯେ ସେ ଏକାଧାରରେ ଜଣେ ସମାଜସେବୀ ଏବଂ ପରୋପକାରୀ ଓ ଧର୍ମପରାୟଣ ବ୍ୟକ୍ତି ଭାବରେ ନାମ ପରିପ୍ରକାଶ କରିଥିଲେ।ଏକ ସାଧାରଣ ପରିବାରରୁ ଆସି ଏକ ବଡ଼ ଯୈଥ ପରିବାରକୁ ସମ୍ଫାଳିବାରେ ତାଙ୍କର ବହୁତ ଅବଦାନ ରହିଥିଲା ।ଓ ତାଙ୍କୁ ସମସ୍ତେ ସମ୍ମାନ କରୁଥିଲେ।ସେ ତାଙ୍କର ପରିବାରକୁ ଆଦର ସହ ଉଚ୍ଚଶିକ୍ଷା ରେ ସହାୟତା ଯୋଗାଇ ଦେଉଥିଲେ ବୋଲି ଅତିଥି ମାନେ ମତପ୍ରକାଶ କରିଥିଲେ। ସଭା ଟିକୁ ପରିଚାଳନା ରେ ଅଧ୍ୟାପକ ଡଃ ନିରଞ୍ଜନ ଗୁରୁ, ସବୁଜ ଓଡ଼ିଶାର ସମ୍ପାଦକ ସରୋଜ କୁମାର ସାହୁ, ଅଧ୍ୟାପକ ରବିନ୍ଦ୍ର ବିଶ୍ଵାଳ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ପ୍ରାଧ୍ୟାପକ ସୁଶାନ୍ତ କୁମାର ନାୟକ।ସମସ୍ତ ଅତିଥି ମାନଙ୍କୁ ଉତ୍ତରୀୟ ଦିଆଯାଇ ସମ୍ମାନିତ କରାଯାଇଥିଲା




