*ସୌମ୍ୟାଶ୍ରୀଙ୍କୁ ନ୍ୟାୟ ପ୍ରଦାନ ପାଇଁ ଆନ୍ଦୋଳନ କରୁଥିବା ଏଆଇଡିଏସ୍ଓର ଛାତ୍ରନେତାଙ୍କୁ ଗିରଫଦାରୀକୁ ନିନ୍ଦା*
ତା 15. 7. 2025 ଫକୀର ମୋହନ ସ୍ଵଂୟଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ପ୍ରଦାନ ପାଇଁ ଚାଲିଥିବା ଆନ୍ଦୋଳନକୁ ଦମନ କରିବା ଉଦ୍ଦେଶ୍ୟରେ ରେଭେନ୍ସା ସମାବର୍ତ୍ତନ ସଭା ଆଳରେ ଏଆଇଡିଏସ୍ଓର କଟକ ଜିଲ୍ଲା ସମ୍ପାଦକ ତରୁଣସେନ ନାୟକଙ୍କୁ ପୋଲିସ ଜିଲ୍ଲା ଅଫିସରୁ ଗିରଫ କରିବା ସହ ଅନ୍ୟ ଛାତ୍ରନେତାଙ୍କୁ ଗିରଫ ପାଇଁ ତନାଘନା ଆରମ୍ଭ କରିଛି। ଏହି ଗିରଫଦାରୀକୁ ଏଆଇଡିଏସ୍ଓର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ତଥା ସଂଗଠନର ଢେଙ୍କାନାଳ ଜିଲ୍ଲା ସଂଯୋଜକ ବିନୋଦ ସେଠୀ ତୀବ୍ର ନିନ୍ଦା କରିଛନ୍ତି। ସଙ୍ଗଠନ ତରଫରୁ କୁହାଯାଇଛି ଯେ ଦୀର୍ଘ ଆଠ ମାସ ଧରି ବାଲେଶ୍ଵରର ଫକୀର ମୋହନ ସ୍ଵଂୟଶାସିତ ମହାବିଦ୍ୟାଳୟର ପୀଡ଼ିତା ଛାତ୍ରୀ ନ୍ୟାୟ ପାଇଁ ଲଢେଇ କରି ଆସୁଥିଲେ। ମହାବିଦ୍ୟାଳୟ କର୍ତ୍ତୃପକ୍ଷ, ପୋଲିସ, ରାଜ୍ୟ ସରକାର ତଥା ବାଲେଶ୍ଵରର ସାଂସଦ, ବିଧାୟକ ସମସ୍ତଙ୍କୁ ଜଣାଇବା ପରେ ନ୍ୟାୟ ପାଇବାରୁ ବଞ୍ଚିତ ହେବାରୁ ଗତ ୧୨ ଜୁଲାଇ ଦିନ ଆତ୍ମାହୁତି ଭଳି ଚରମ ପଦକ୍ଷେପ ନେଇଥିଲେ। ଏହି ଘଟଣାର ଉଚ୍ଚସ୍ତରୀୟ ବିଚାରବିଭାଗୀୟ ତଦନ୍ତ କରି ସଂପୃକ୍ତ ଦୋଷୀମାନଙ୍କୁ ଉପଯୁକ୍ତ ଦଣ୍ଡ ଦାବିରେ ଏଆଇଡିଏସ୍ଓ ପକ୍ଷରୁ ରାଜ୍ୟ ବ୍ୟାପୀ ଆନ୍ଦୋଳନ ଜାରି ରହିଛି। ଗତକାଲି ରାତିରେ ପୀଡ଼ିତଙ୍କ ମୃତ୍ୟୁ ପରେ ଏହି ଆନ୍ଦୋଳନ ବ୍ୟାପକ ରୂପ ନେବ ବୋଲି ରାଜ୍ୟ ସରକାର ଆଶଙ୍କା କରି ଆଜି ରେଭେନ୍ସା ସମାବର୍ତ୍ତନ ସଭା ଆଳରେ ଛାତ୍ରନେତାମାନଙ୍କୁ ଗିରଫ କରିବା ଆରମ୍ଭ କରିଛି। ଏଠାରେ ସୂଚନା ଯୋଗ୍ୟ ଯେ, ଏହିଭଳି ଏକ ବେଦନାଦାୟକ ଓ ସମ୍ବେଦନଶୀଳ ପରିସ୍ଥିତିରେ ସମାବର୍ତ୍ତନ ସଭା ବାତିଲ ନକରି ଛାତ୍ରନେତାଙ୍କୁ ଗିରଫ କରିବା ଅତ୍ୟନ୍ତ ନିନ୍ଦନୀୟ। ଏହାକୁ ସଙ୍ଗଠନ ତରଫରୁ ତୀବ୍ର ନିନ୍ଦା କରିବା ସହ ପୀଡ଼ିତାଙ୍କ ଦୁଃଖଦ ମୃତ୍ୟୁ ଘଟଣାରେ ସଂପୃକ୍ତ ଅଭିଯୁକ୍ତ ତଥା ଛାତ୍ରୀଙ୍କ ଅଭିଯୋଗ ପରେ କୌଣସି ପଦକ୍ଷେପ ନେଇନଥିବା ବ୍ୟକ୍ତିମାନଙ୍କୁ ଦୃଷ୍ଟାନ୍ତମୂଳକ ଶାସ୍ତି ପ୍ରଦାନ କରିବା ଓ ଶିକ୍ଷାନୁଷ୍ଠାନ ସମେତ ସମସ୍ତ ସ୍ଥାନରେ ଛାତ୍ରୀମାନଙ୍କର ନିରାପତ୍ତା ସୁନିଶ୍ଚିନ୍ତ କରିବା ଦାବି କରାଯାଇଛି।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-29-scaled.jpg)


