ବିକାଶ ଠାରୁ ଅପହଂଚ ୧୬ନମ୍ବର ୱାର୍ଡ଼ : ପୌରପରିଷଦକୁ ପ୍ରତିନିଧିତ୍ୱ କରୁଥିବା ନେତାଚୁପ୍

ତାଳଚେର୧ ୧୭/୦୭ କୌଣସି ଗ୍ରାମାଚଂଳ ବା ସୁଦୁର ଜଙ୍ଗଲ ନୁହେଁ ତାଳଚେର ସହର ପୌରପରିଷଦ ଠାରୁ ମାତ୍ର ୧କିମି ଦୂର ୧୬ନମ୍ବର ୱାର୍ଡ଼ ଗୋପିନାଥପୁର ଆଜି ସାଜିଛି ନର୍କକୁଣ୍ଡ! ଏହି ଅଂଚଳଟିରେ ବହୁ ପୂରାତନ ଐତିହାସିକ ଶୈବପୀଠ ପଶ୍ଚିମେଶ୍ୱର ମନ୍ଦିର ପାଇଁ ପ୍ରସିଦ୍ଧ ଲାଭ କରିଥିବା ବେଳେ ଏଠାକୁ ଦର୍ଶନ କରିବାପାଇଁ ବିଭିନ୍ନ ଅଂଚଳର ଭକ୍ତଙ୍କ ଭିଡ଼ ଲାଗି ରହିଥାଏ । ତେଣୁ ମନ୍ଦିର କଥା ଛାଡ଼ ଉକ୍ତ ୱାର୍ଡ଼ଟି ଏବେ ଏତେ ଅସଜଡ଼ା ହୋଇ ରହିଛି ଯେ, ତାହା କେବଳ ଭୂକ୍ତଭୋଗି ଅନୁଭବ କରିପାରିବେ । ଏହି ୱାର୍ଡ଼ରେ ଗୋପିନାଥପୁର ସମେତ ବେର୍ବତାମୁଣ୍ଡା, କାଶୀପୁର ଓ ଷଣ୍ଢ ଗାଁ ଇତ୍ୟାଦି ରହିଥିଲେ ମଧ୍ୟ ଉକ୍ତ ବିକାଶ ଠାରୁ ଅପହଂଚ ଦୂରତାରେ ରହିଥିବା ୱାର୍ଡ଼ବାସୀ ମାନେ ଏହା ପ୍ରକାଶ କରିଛନ୍ତି । ଉକ୍ତ ୱାର୍ଡ଼ ଗୁଡ଼ିକରେ ପୌରପରିଷଦ ପକ୍ଷରୁପରିମଳ ବ୍ୟବସ୍ଥା, ସୁନ୍ଦର ରାସ୍ତା ଆବଶ୍ୟକ ଡ଼୍ରେନ ଓ ଯେତିକି ପରିମାଣରେ ଡ଼୍ରେନ ନିର୍ମାଣ ହୋଇଛି ତାଉପରେ ସ୍ଲାପ ପଡ଼ି ନଥିବାରୁ ୱାର୍ଡ଼ବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ସେମାନେ ଏହା ଅଭିଯୋଗ କରୁଛନ୍ତି । ପୌରପରିଷଦ ପକ୍ଷରୁ ଉକ୍ତ ୱାର୍ଡ଼ରେ ଦୈନନ୍ଦିନ ସଫେଇ ହେବା କଥା ମାତ୍ର କାଁଭାଁ କେତେ ବେଳେ ଝାଡ଼ୁମାରି ପୌରପରିଷଦ ତାର କାମ ସାରି ଦେଇଥାଏ ଓ କେଉଁ ଅମଳରୁ ହୋଇଥିବା ରାସ୍ତା ଏବେ ଭାଙ୍ଗିରୁଜି ଚୁରମାର ହୋଇ ରାସ୍ତା କାଦୁଅ ମାଦୁଅ ହୋଇ ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି । ରାସ୍ତାର ଉଭୟ ପାଶ୍ୱର୍ର୍ରେ ଅନାବନା ଘାସ, ଲଟା ହୋଇ ପଡ଼ି ରହି ଥିବା ବେଳେ ସେଥିରେ କେବେ ବ୍ଲିଚିଙ୍ଗ କିମ୍ବା ମଶା ତେଲ ପଡ଼ୁନଥିବାରୁ ଏବେ ଡ଼େଙ୍ଗୁକୁ ଆମନ୍ତ୍ରଣ କରିବା ଭଳି ଅବସ୍ଥା ସୃଷ୍ଟି କରୁଛି । ଏହି ୱାର୍ଡ଼ଟି ବ୍ରାହ୍ମଣୀ ନଦୀକୂଳରେ ଅବସ୍ଥିତ ଥିବା ବେଳେ ତାଳଚେର ସହର ଠାରୁ ମଣ୍ଡାପାଳ ରାସ୍ତାଦେଇ ଉକ୍ତ ୱାର୍ଡ଼କୁ ପ୍ରବେଶ କରିବାକୁ ପଡ଼ିଥାଏ । ଏହି ରାସ୍ତାରେ ଦୈନନ୍ଦିନ ୱାର୍ଡ଼ବାସୀ ସମେତ ମନ୍ଦିରକୁ ଓ ତାଳଚେର ପୌରପରିଷଦ ବହୁପୂରାତନ ଶ୍ମଶାନଘାଟକୁ ସ୍ଥାନୀୟବାସୀ ଶବଦାହ କରିବାକୁ ଯାଇଥାନ୍ତି । ମାତ୍ର ବିଡ଼ମ୍ବନାର ବିଷୟ ଏହି ରାସ୍ତା ମଝିରେ ଏକ ଛୋଟନାଳ ରହିଥିବାରୁ ଲୋକଙ୍କ ଯାତାୟତ ବାଧା ଉପଜୁବାରୁ ଏହି ନାଳ ଉପରେ ଏକ ବ୍ରିଜ ନିର୍ମାଣ କଯାଇଥିଲା ଯାହାର ନାମ ‘ଔ’ନାଳ ଭାବେ ଜଣଶୁଣା । ପୂର୍ବତନ ନଗରପାଳ ସ୍ୱର୍ଗତ ରବି ନାହାକ ଲୋକଙ୍କ ଯାତାୟତର ସୁଗମ ପାଇଁ ନିର୍ମାଣ କରାଇଥିଲେ । ଏବେ ଏଡି ବ୍ରିଜଟି ଜରାଜିର୍ଣ୍ଣ ଅବସ୍ଥାରେ ପଡ଼ି ରହିଥିବାରୁ ଓ ଉଭୟ ପାଶ୍ୱର୍ରେ ସୁରକ୍ଷା ବାଡ଼ା ଭାଙ୍ଗିରୁଜି ଯାଇଥିବାରୁ ଗତ ୪/୫ଦିନ ପୂର୍ବରୁ ଏକ ଯୁବକ ସାଇକେଳରୁ ବ୍ରିଜ ତାଳକୁ ଖସିପଡ଼ି ଗୁରୁତ୍ୱର ଆହାତ ହୋଇଥିବା ଘଟଣା ସ୍ଥାନୀୟ ଲୋକଙ୍କ ମୁହଁରୁ ଶୁଣିବାକୁ ମିଳେ । ଏହି ବ୍ରିଜ ଉପରେ ଛୋଟମୋଟ ଯାନବାହାନ ଯିବାତ ଦୁରର କଥା ପଥଚାରୀ ମାନେ ଯାତାୟତ ପାଇଁ ବ୍ରିଜ ଉପରେ ଭୟ କରିଥାନ୍ତି । ଉକ୍ତ ୱାର୍ଡ଼ର ଗୋପିନାଥପୁର ଅଂଚଳବାସୀ ବ୍ରାହ୍ମଣୀ ନଦୀ ଉପରେ ନିର୍ଭର କରି ଆସୁଥିଲେ ମଧ୍ୟ ସେଠାରେ ପୌରପରିଷଦ ପକ୍ଷରୁ ନଦୀକୂଳରେ ପାହାଚ, ମହିଳାମାନେ ବସ୍ତ୍ର ପରିଧାନ କରିବାକୁ କୋଠରୀ ସୁବିଧା ନଥିବାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ମହିଳା ମାନେ ଏହା ଅଭିଯୋଗ କରିଛନ୍ତି । ଏହି ୱାର୍ଡ଼ରେ ପ୍ରାୟ ୫ହଜାରରୁ ଉର୍ଦ୍ଧ୍ୱ ଲୋକବସବାସ କରୁଥାନ୍ତି ଏବଂ ପୌରପରିଷଦକୁ ସମସ୍ତ ଟିକସ ପ୍ରଦାନ କରି ଆସୁଥିଲେ ମଧ୍ୟ ନିର୍ବାଚନ ଆସିଲେ ୱାର୍ଡ଼କୁ ମାଳମାଳ ନେତାଙ୍କ ସୂଅ ଛୁଟିଥିବା ବେଳେ ଜିତିଗଲାପରେ ଆଉ କୌଣସି ନେତାର ସେଠାରେ ପାଦପଡ଼େ ନାହିଁ ବୋଲି ୱାର୍ଡ଼ବାସୀମାନେ ଏହା ଅଭିଯୋଗ କରିଛନ୍ତି । ତେବେ ନେତାଏଁ ଆଉ କେତେ ଥର ନିର୍ବାଚିତ ହେଲେ ଏହି ୱାର୍ଡ଼ ଉପରେ ତାଙ୍କର ଦୃଷ୍ଟି ପଡ଼ିବ ତାହା ଦେଖିବାକୁ ବାକି ରହିଥିବା ବେଳେ ଉକ୍ତ ୱାର୍ଡ଼ର ଡ଼ାକ୍ତର ସାହୁ, ସୁନିଆ ନାଏକ, ବିଶ୍ୱନାଥ ବେହେରା, ଲକ୍ଷ୍ମଣ ବେହେରା, ପ୍ରଦୀପ ବେହେରା ପ୍ରମୁଖ ୱାର୍ଡ଼ବାସୀ ଉପଜିଲ୍ଳାପାଳଙ୍କୁ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି କରିଛନ୍ତି ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

