ଏଫଏମ୍ କଲେଜ୍ ଛାତ୍ରୀ ସୋମ୍ୟାଶ୍ରି କୁ ନ୍ୟାୟ ଦାବୀରେ କଂଗ୍ରେସ୍ ପକ୍ଷରୁ ଓଡ଼ିଶା ବନ୍ଦ୍ ଡାକରା

ବାଲେଶ୍ଵର ଜିଲ୍ଲାର ଏଫଏମ୍ କଲେଜ୍ ଛାତ୍ରୀ ସୋମ୍ୟାଶ୍ରି ଆତ୍ମାହୁତି ଘଟଣା ଓ ତାଙ୍କୁ ଉଚିତ୍ ନ୍ୟାୟ ଦାବୀରେ ଆଜି ଜାତୀୟ କଂଗ୍ରେସ ଓ ଏହାର ସହଯୋଗୀ ବାମଦଳଙ୍କ ମିଳିତ ଡାକରାରେ ଓଡ଼ିଶା ବନ୍ଦ୍ ଡାକରା ଦିଆଯାଇଛି, ଓ ଏହା ଅନେକାଂଶ ରେ ସଫଳ ହୋଇଥିବା ଦେଖିବାକୁ ମିଳିଛି। ଗାଡିଘୋଡା ସ୍କୁଲ ଅଫିସ୍ ଦୋକାନ ବଜାର ଓ ପେଟ୍ରୋଲ ପମ୍ପ ସବୁ ପ୍ରାୟ ବନ୍ଦ୍ ରହିଛି। ଏହାର ପ୍ରଭାବ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ରରେ ମଧ୍ୟ ବେଶ୍ ପରିଲକ୍ଷିତ ହୋଇଛି। ସମସ୍ତ ଶିକ୍ଷାନଷ୍ଠାନ ଦୋକାନ ବଜାର ଗାଡିଘୋଡା ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ ଡାକ୍ତଖାନା , ଔଷଧ ଦୋକାନ ଓ ଆମ୍ବୁଲାନ୍ସ ସେବା ଚାଲୁରହିଥିବା ଦେଖିବାକୁ ମିଳିଛି। କୌଣସି ପ୍ରକାରର ଅଘଟଣକୁ ଏଡ଼ାଇବା ପାଇଁ ପୋଲିସ୍ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ପୋଲିସ୍ କର୍ମଚାରୀଙ୍କୁ ମୁତୟନ କରିବା ସହ ପେଟ୍ରୋଲିଂ କୁ କଡାକଡି କରାଯାଇଥିବା ବେଳେ ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବେନ୍ଦ୍ର ପିଂଗୁଆ ଓ ବଡ଼ବିଲ ଥାନା ଅଧିକାରୀ ଅଶୋକ କୁମାର ନାୟକ ବିଭିନ୍ନ ଧାରଣା ସ୍ଥଳ ଗୁଡ଼ିକ ଉପରେ ପ୍ରତେକ୍ଷ ନଜର ରଖିଥିବା ଦେଖିବାକୁ ମିଳିଛି।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



