*ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ପେପର୍ ବ୍ୟାଗ୍ ଓ ପତ୍ରରୁ ପ୍ଲେଟ୍ ତିଆରି କର୍ମଶାଳା*

ବରଗଡ:୨୦/୭(ପବିତ୍ର ମେହେର) ପରିବେଶ ସୁରକ୍ଷା ପାଇଁ ସଚେତନତାର ବାର୍ତ୍ତା ବହନ କରି ଛାତ୍ରଛାତ୍ରୀମାନଙ୍କୁ ସବୁଜ ଜୀବନ ଶୈଳୀକୁ ଆପଣାଇବା ପାଇଁ ଅଭ୍ୟସ୍ତ କରାଇବା ଉଦ୍ଦେଶ୍ୟରେ ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ କର୍ଲାଯୋରୀ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ପେପର୍ ବ୍ୟାଗ୍ ,କାଗଜ ଠୁଙ୍ଗା ଓ ପତ୍ରରୁ ପ୍ଲେଟ୍ ତିଆରି ପାଇଁ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ପ୍ରଧାନ ଆଚାର୍ଯ୍ୟ ଅଜିତ ଖମାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠାନର ଇକୋ କ୍ଳବ୍ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କର୍ମଶାଳାରେ ଗୁରୁମା ସୁଦୀପ୍ତା ବେହେରା ଅତିଥି ସ୍ୱାଗତ ଓ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରଧାନ ଆଚାର୍ଯ୍ୟ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ସ୍ଵତନ୍ତ୍ର ଅତିଥି ଭାବରେ ଇକୋ କ୍ଳବ୍ ମାଷ୍ଟର ଟ୍ରେନର ତଥା ପରିବେଶବିତ୍ ସଞ୍ଜୟ ଖମାରୀ ଯୋଗ ଦେଇ ଯଥା ସମ୍ଭବ ପେପର୍ ବ୍ୟାଗ୍,କାଗଜ ଠୁଙ୍ଗା ଓ ପତ୍ର ନିର୍ମିତ ପ୍ଲେଟ ବ୍ଯବହାର କରି ସବୁଜ ଜୀବନ ଶୈଳୀକୁ ଆପଣାଇବା ସହିତ ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ପରିବେଶ ସୃଷ୍ଟି କରିବା ପାଇଁ ସମସ୍ତଙ୍କୁ ଆହ୍ବାନ କରିଥିଲେ।ସରସ୍ଵତୀ ଶିଶୁବିଦ୍ୟାମନ୍ଦିରର ଇକୋ କ୍ଲବର ସମସ୍ତ ସଦସ୍ୟ ଏହି କର୍ମଶାଳାରେ ସକ୍ରିୟ ଅଂଶଗ୍ରହଣ କରି ପତ୍ରରୁ ଖଲି ନିର୍ମାଣ କରିବା ପ୍ରଣାଳୀ,ପେପର୍ ବ୍ୟାଗ୍ ଓ କାଗଜରୁ ଠୁଙ୍ଗା ତିଆରି କରିବା ପ୍ରଣାଳୀ ଶିକ୍ଷା ଲାଭ କରିଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ପରିଚାଳନା ସମିତିର ଉପସଭାପତି ତେଜରାଜ ସାହୁ,ଗୁରୁମା ଅନସୂୟା ପଧାନ,ସୁଜାତା ସାହୁ,କଳ୍ପନା ପଧାନ,ମାନସୀ ମୁଦୁଲି, ଗୋପଲକ୍ଷ୍ମୀ ଥପା,ଅନୀତା ସେଠ୍, କୋଇଲି ଡୁମଲିଆ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ଶେଷରେ ଗୁରୁମା ଗୋପଲକ୍ଷ୍ମୀ ଥପା ଧନ୍ୟବାଦ ଅର୍ପଣ କରିଥିଲେ।




