ଶ୍ରୀ ଶ୍ରୀ ଚନ୍ଦ୍ରଶେଖରଜୀଉ ବୋଲ୍ବମ୍ ସେବା ସଂଘ ତରଫରୁ ୨୬ବର୍ଷ ଧରି ଖାଦ୍ୟ ବଂଟନ
ଢେଙ୍କାନାଳ ସହର ବାଜିଚୌକ ଠାରେ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ବୋଲ୍ବମ୍ ସେବା ସଂଘ ତା’ର ୨୬ବର୍ଷ ଧରି ବୋଲ୍ବମ୍ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଅଛି । ଏଠାରେ ଖାଦ୍ୟ, ପାଣି ସହିତ ପୁରୀ, ରୁଟି, ଚକୁଳି, ଡାଲ୍ମା, ଆଳୁଦମ୍, ମାଲପୁଆ, ଉପମା, ଚାହା ଇତ୍ୟାଦି ସେବା ଯୋଗାଇ ଦିଆଯାଇଥିଲା । ଦୀର୍ଘ ୨୬ ବର୍ଷର ଅକ୍ଳାନ୍ତ ପରିଶ୍ରମରେ କମିଟିର ସମସ୍ତ ସଭ୍ୟସଭ୍ୟା ନାଗରିକମାନଙ୍କୁ ନେଇ ଏହି ସଂଘ ଗର୍ବିତ । ଢେଙ୍କାନାଳର ଏହା ଏକ ଭାଇଚାରା ବାର୍ତା ଦେଉଛି ବୋଲି ସଭାପତି ଜ୍ଞାନଚାନ୍ଦ ମିଶ୍ର କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ପ୍ରଭାକର ରାଉତ, ସମ୍ପାଦକ ସରୋଜକାନ୍ତ ପ୍ରଧାନ, ସହ-ସମ୍ପାଦକ ନିର୍ମଳ ରାଉତ, କୋଷାଧ୍ୟକ୍ଷ ଜିତେନ୍ଦ୍ର ଜେନା ଓ ଉପଦେଷ୍ଟା ପ୍ରେମଶଙ୍କର ମିଶ୍ର ଏବଂ ସଭ୍ୟମାନେ ଉପସ୍ଥିତ ରହି ୫ ହଜାରରୁ ଉର୍ଦୁ ବୋଲ୍ବମ୍ ଭକ୍ତମାନଙ୍କୁ ପ୍ରସାଦ ବଂଟନ କରିବା ସହିତ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ।



