*ହାତୀଆକ୍ରମଣରେ ମୃତ ପରିବାରକୁ ଭେଟିଲେ ପ୍ରାକ୍ତନ ସାଂସଦ ମହେଶ ସାହୁ
ହିନ୍ଦୋଳ : ଢେଙ୍କାନାଳ ସଂସଦୀୟ କ୍ଷେତ୍ର ହିନ୍ଦୋଳ ଉପଖଣ୍ଡ ଠୋକର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଠୋକର ଗ୍ରାମରେ ଗତ ୧୩ ତାରିଖରେ ହାତୀ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ଖେନା ମାଝୀଙ୍କ ପରିବାରକୁ ଜନସେବାରେ ସର୍ବଦା ଆଗରେ ରହୁଥିବା ଢେଙ୍କାନାଳ ସଂସଦୀୟ କ୍ଷେତ୍ର ଓ ହିନ୍ଦୋଳ ନିର୍ବାଚନମଣ୍ଡଳୀର ସୁଖଦୁଃଖର ସାଥି ଜନପ୍ରିୟନେତା ବିଜେଡ଼ି ଏସସିଏସଟି ସେଲ ଅଧ୍ୟକ୍ଷ ପ୍ରାକ୍ତନ ସାଂସଦ ଢେ଼ଙ୍କାନାଳ ମହେଶ ସାହୁ ଭେଟିବା ସହ ପରିବାର କୁ ସମ ବେଦନା ଜଣାଇଛନ୍ତି l ତାଙ୍କ ସହ ରାଜ୍ୟ ବିଜେଡି ସମ୍ପାଦକ ଦେବୀ ପ୍ରସାଦ ପଟ୍ଟନାୟକ,ସମାଜସେବୀ ପ୍ରମୋଦ ମାଝୀ ପ୍ରମୁଖ ମୃତକ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ ଏବଂ ସହଯୋଗ କରିଥିଲେ l ଏଥିସହିତ ହିନ୍ଦୋଳ ବନାଞ୍ଚଳ ଅଧିକାରୀଙ୍କ ସହ କଥା ହୋଇଥିଲେ କିପରି ପରିବାର ବର୍ଗଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦିଆଯିବ l ଖେନା ମାଝୀ ଜଣେ ଗରିବ ଶ୍ରେଣୀର ଲୋକ ହୋଇଥିବାରୁ ତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଥଇଥାନ କରିବାକୁ ଦାବି କରିଛନ୍ତି । ହିନ୍ଦୋଳରେ ବାରମ୍ବାର ହାତୀ ଆକ୍ରମଣର ଶୀକାର ହୋଇ ସାଧାରଣ ଜନତା ମୃତ୍ୟୁ ବରଣ କରିଥିବା ବେଳେ ଏହାର ସ୍ଥାୟୀ ସମାଧାନର ବାଟ ବାହାର କରିବା ପାଇଁ ଶ୍ରୀ ସାହୁ ଦାବୀ କରିଛନ୍ତି ।
ହିନ୍ଦୋଳରୁ ସୁବ୍ରତ ମହାପାତ୍ର ଜାଗ୍ରତ ଭାରତ ନ୍ୟୁଜ



