ତାଳଚେର କଲେଜର ପୂରାତନ ଛାତ୍ରପରିଷଦ ବୈଠକ
ତାଳଚେର, ୨୦/୦୭ ଆଜି କଲେଜର ପୂରାତନ ଛାତ୍ରଛାତ୍ରୀଙ୍କ ଏକ ବୈଠକ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ମେଜର ସୁବ୍ରତ କୁମାର ଦାସ ସଭାପତିତ୍ୱ କରିଥିବା ବେଳେ ଅତିଥିଭାବେ ଢ଼େଙ୍କାନାଳ ପୂର୍ବତନ ସାଂସଦ ତଥା କଲେଜର ପୂରାତନ ଛାତ୍ର ମହେଶ ସାହୁ, ପର୍ଜଙ୍ଗ ବିଧାୟକ, ବିଭୂତି ପ୍ରଧାନ, ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି, ଅନୁଗୋଳ ସମବାୟ ବ୍ୟାଙ୍କ ସଭାପତି ସନ୍ତୋଷ ପ୍ରଧାନ ସହ ବହୁ ପୂରାତନ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେିଥିଲେ । ଅଧ୍ୟକ୍ଷ ଶ୍ରୀ ଦାସ ସ୍ୱାଗତ ଭାଷଣ ଦେବା ସହିତ ଅତିଥି ପରିଚୟ ପ୍ରଦାନ କରି ଆଜି ବୈଠକ ଉପରେ ସୂଚନା ପ୍ରଦାନ କରିବା ସହ କଲେଜର ଅଭାବ ଅସୁବିଧା ସମ୍ପର୍କରେ ଉଲ୍ଲେଖ କରିଥିଲେ । କଲେଜରେ ବର୍ତମାନ ବିଭିନ୍ନ ବିଭାଗରେ ଅଧ୍ୟାପକ, ଅଧ୍ୟାପିକାଙ୍କ ଅଭାବ, ଅନୁନ୍ୟ ହଜାର ସିଟ୍ ବିଶିଷ୍ଟ ଅଡ଼ିଟରିଅମ ହଲ ନିର୍ମାଣ, ଆବଶ୍ୟକୀୟ ଶ୍ରେଣୀ ଗୃହ, କଲେଜକୁ ଯାତାୟତ କରିବାକୁ ଜାତୀୟ ରାଜପଥରେ ଖାଲଖମଣା ସହିତ ପ୍ରଚୁର ପ୍ରଦ୍ୟୁଷଣ ଜନିତ ଟ୍ରାଫିକ ସମସ୍ୟା ଜଟିଳ ଯୋଗୁଁ ଛାତ୍ରଛାତ୍ରୀଙ୍କ ଜୀବନପ୍ରତି ବିପଦ ଉଲ୍ଲେଖ କରିଥିଲେ । ସେହିପରି କଲେଜରେ ବିଶ୍ୱସ୍ତରୀୟ ଲାଇବ୍ରେରୀ ସ୍ଥାପନ, ବାଳକ ଓ ବାଳିକା ହଷ୍ଟେଲ ନିର୍ମାଣ ସହ ଉନ୍ନତମାନର ଲାବ୍ରୋଟରୀ ବ୍ୟବସ୍ଥା ଏବଂ କଲେଜରେ ସ୍କିଲଡ଼େଭଲୋପମେଂଟ ସେଟଂର ଖୋଲିବା ଉପରେ ଅତିଥିମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ଆଜିର ବୈଠକରେ ପୂରାତନ ଛାତ୍ର ସଭାପତିଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା କଲେଜର ପୂରାତନ ଛାତ୍ର ଧର୍ମେନ୍ଦ୍ର ପ୍ରଧାନଙ୍କୁ ସଭାପତି ଭାବେ ମନୋନୀତ କରାଯାଇଥିବା ବେଳେ ପୂର୍ବତନ ଢ଼େଙ୍କାନାଳ ସାଂସଦ ମହେଶ ସାହୁଙ୍କୁ କାର୍ଯ୍ୟକାରୀ ସଭାପତିଭାବେ ମନୋନୀତ କରାଯାଇଥିଲା ଓ ଉପସ୍ଥିତ ଥିବା ଅତିଥି ଓ ଛାତ୍ରଛାତ୍ରୀମାନେ କଲେଜର ବିଭିନ୍ନ ଦିଗକୁ ନେଇ ବିଚାରବିମର୍ସ କରିଥିଲେ । ଇଂରାଜୀ ଅଧ୍ୟାପକ ରୋହିତ ମିଶ୍ର ମଂଚ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଶଶାଙ୍କ ଶେଖର ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ । କଲେଜ ପୂରାତନ ଛାତ୍ର ପରିଷଦ ପାଇଁ ସଦାସର୍ବଦା ଚିନ୍ତା କରୁଥିବା ଅଧ୍ୟାପକ ସ୍ୱର୍ଗତ ନିମାଇଚରଣ ପ୍ରଧାନଙ୍କ ଆତ୍ମାର ସଦଗତି କାମନା ନିମନ୍ତେ ନିରୋବ ପ୍ରାର୍ଥନା କରାଯାଇଥିଲା । ଏହି ଆଲୁମିନ ବୈଠକରେ ନେତା, ସାମ୍ବାଦିକ, ଓକିଲ, ଶିକ୍ଷାବିତ୍ ବିଭିନ୍ନ ଅନୁଷ୍ଠାନ ଓ ରାଜନୈତିକ ଦଳର ମୁଖ୍ୟ, ବିଶିଷ୍ଠ ବ୍ୟବସାୟୀ, ଶତାଧିକ ପୂରାତନ ଛାତ୍ରଛାତ୍ରୀ ଓ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।



