ସତ୍ୟସାଇ ସେବା ସମିତି ପକ୍ଷରୁ ରକ୍ତଦାନ ଶିବିର : ୬୪ ୟୁନିଟ୍ ରକ୍ତ ସଂଗୃହୀତ
ତାଳଚେର, ୨୦/୦୭ ତାଳଚେର ସତ୍ୟସାଇ ସେବାସମିତି ପକ୍ଷରୁ ତାଳଚେର ପୌରପରିଷଦ ହାଇସ୍କୁଲରେ ଆଜି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସକାଳ ୮ଘଟିକା ଠାରୁ ମଧ୍ୟାନ୍ନ ୧ଘଟିକା ପର୍ଯ୍ୟନ୍ତ ତାଳଚେର ଟାଉନ୍ ଜଗନ୍ନାଥମନ୍ଦିର ନିକଟସ୍ଥ ମ୍ୟୁନିସିପାଲିଟି ହାଇସ୍କୁଲ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଏଥିରେ ସ୍ୱଚ୍ଛାକୃତ ଯୁବକମାନେ ଓ ସତ୍ୟସାଇ ସଂଗଠନର ସଦସ୍ୟମାନେ ଉପସ୍ଥିତ ରହି ଶିବିରକୁ ସାଫଲ୍ୟ ମଣ୍ଡିତ କରିଥିଲେ । ‘ରକ୍ତଦାନ ମହତପୂର୍ଣ୍ଣ୍ୟ’ ଏହି ଅବସରରେ ‘ସମସ୍ତଙ୍କୁ ଭଲପାଅ ସମସ୍ତଙ୍କ ସେବାକର’ ଏବଂ ଆପଣଙ୍କ କେଇବୁନ୍ଦା ରକ୍ତ କାହାର ଜୀବନ ବଂଚାଇ ପାରିବ । ତାଳଚେର ଉପଖଣ୍ଡ ଅଂଚଳର ବର୍ଷାଋତୁରେ ରକ୍ତର ଅଭାବକୁ ଦୂରକରିବା ନେଇ କୌଣସି ରୋଗୀ ରକ୍ତପାଇଁ ଅସୁବିଧାର ସମ୍ମୁଖୀନ ନହେବାକୁ ସତ୍ୟସାଇ ସଂଗଠନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ହୋଇଥିଲା । ଏହି ରକ୍ତଦାନ ଶିବିରରେ ସତ୍ୟସାଇ ସେବାସମିତର ସମିତି ଆବାହକ କମଳଲୋଚନା ପତି, ପ୍ରତିଷ୍ଠାତା ପଙ୍କଜଲୋଚନ ପତି, ବିରଚିଂ ନାରାୟଣ ଦାସ, ଶକ୍ତିପ୍ରସାଦ ସାହୁ, ବାବୁଲି ନାଥ, ଅକ୍ଷୟ ମହାରଣା, ସୁଚିତ୍ରା ସାହୁ, ବିଷ୍ଣୁପ୍ରିୟା ପତି, ମାମାଲି ଦାସଙ୍କ ସମେତ ଅନ୍ୟ ସତ୍ୟସାଇ ସଂଗଠନର ସମସ୍ତ ସଦସ୍ୟମାନେ ଉପସ୍ଥିତ ଥିଲେ । ତାଳଚେର ମଣ୍ଡାପାଳ ଡ଼ାକ୍ତରଖାନା ରକ୍ତଭଣ୍ଡାର କର୍ମଚାରୀଙ୍କ ଉପସ୍ଥିତିରେ ୬୪ୟୁନିଟ୍ ରକ୍ତ ସଂଗୃହୀତ କରାଯାଇଥିଲା ।



