ମୁଖ୍ୟମନ୍ତ୍ରୀଙ୍କ ନିଜସ୍ଵ ଜିଲ୍ଲାରେ ସ୍ବାସ୍ଥ୍ୟାବସ୍ଥାର ନଗ୍ନଚିତ୍ର ଆମ୍ବୁଲାନ୍ସ ସେବା ନପାଇ ରୋଗୀ ମୃତ୍ୟୁ।
ଓଡ଼ିଶା ରାଜକୋଷକୁ ଅଧିକ ରାଜସ୍ବ ଦେଉଥିବା ତଥା ମୁଖ୍ୟମନ୍ତ୍ରୀ ଙ୍କ ନିଜସ୍ଵ ଜିଲ୍ଲାରେ ସ୍ବାସ୍ଥ୍ୟବସ୍ଥାର ନଗ୍ନଚିତ୍ର, ଆମ୍ବୁଲାନ୍ସ ସେବା ନପାଇ ଚିକିତ୍ସା ଅବସ୍ଥାରେ ବଡ଼ବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀ ମୃତ୍ୟୁ ହୋଇଥିବା ଅଭିଯୋଗ। ଯାହାକି ସୂଚନା ରହିଛି କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ କିରିବୂରୁ ହିଲ୍ଟପ ଅଞ୍ଚଳର ଟଙ୍କଧର ପାତ୍ରଙ୍କ ସ୍ବାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ତାଙ୍କ ଘର ଲୋକ ବଡ଼ବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ଏବଂ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବଡ଼ବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ କୁ ନେଇଯିବାକୁ ଡାକ୍ତର ପରାମର୍ଶ ଦେଇଥିଲେ, କିନ୍ତୁ ଠିକଣା ସମୟରେ ଆମ୍ବୁଲାନ୍ସ ସେବା ନପାଇବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇ ନ ପାରିବାରୁ ତାଙ୍କର ବଡ଼ବିଲ ସ୍ବାସ୍ଥ୍ୟ କେନ୍ଦ୍ରରେ ଶୋଚନୀୟ ମୃତ୍ୟୁ ଘଟିଥିବା ଦେଖିବାକୁ ମିଳିଛି। କିନ୍ତୁ ଏଇଠି ପ୍ରଶ୍ନ ଉଠେ ଯଦି ମୁଖ୍ୟମନ୍ତ୍ରୀ ଙ୍କ ନିଜସ୍ଵ ଜିଲ୍ଲାରେ ସ୍ବାସ୍ଥ୍ୟଅବସ୍ଥା ଏପରି ସାରା ରାଜ୍ୟରେ କଣ ଦୁର୍ଦ୍ଦଶା ଭୋଗ କରୁଥିବେ ଲୋକେ, ଏଇ କଣ ଲୋକଙ୍କ ସରକାର ସରକାର ଖାଲି ରାଜସ୍ବ ନେବେ କିନ୍ତୁ ଲୋକେ ମଲେ ଗଲେ ମୁଖ୍ୟମନ୍ତ୍ରୀ ଙ୍କ ଯାଏ ଆସେ କେତେ , ସରକାର କେନ୍ଦୁଝର ଜିଲ୍ଲାରୁ ଅଧିକ ରାଜସ୍ବ ଆଦାୟ କରୁଥିବା ବେଳେ ଓ ରାଜ୍ୟରେ ଜିଲ୍ଲାର ନିଜସ୍ଵ ମୁଖ୍ୟମନ୍ତ୍ରୀ ରହିଥିବା ବେଳେ କଣ ପାଇଁ ଜିଲ୍ଲା ପ୍ରତି ଏହି ବୈ ମାତୃକ ମନୋଭାବ ଏବଂ ଜିଲ୍ଲାରେ ନିଜସ୍ଵ ପାଣ୍ଠି ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି ରହିଥିବା ବେଳେ ବିଗତ ଚାରି ମାସରୁ ଉର୍ଦ୍ଧ ହେବ ବଡ଼ବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ DMF ଆମ୍ବୁଲାନ୍ସ ନଥିବା ନେଇ ସୂଚନା, କିନ୍ତୁ ଏହି କେନ୍ଦୁଝର ଜିଲ୍ଲାର ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ରେ ମୁଖ୍ୟମନ୍ତ୍ରୀ ଙ୍କ ନିଜସ୍ଵ ଲୋକ ବୋଲାଉଥିବା ମୁଷ୍ଟିମେୟ ଲୋକ ରାଜ୍ କରୁଥିବା ଦେଖିବାକୁ ମିଳେ କିନ୍ତୁ ଲୋକଙ୍କ ସମସ୍ୟା ପ୍ରତି କାହାର ଧ୍ୟାନ ନାହିଁ, ବୋଧ୍ ହୁଏ ଏହି ଖଣି ଅଞ୍ଚଳ ବାସିନ୍ଦା ଲୋକ ଅନାଥ ଏହି ସରକାର ପାଇଁ, ଜିଲ୍ଲାବାସୀ ଯାହାକୁ ନିର୍ବାଚିତ କଲେ ଓ ସେ ଲୋକଙ୍କ ଆଶୀର୍ବାଦ ରେ ମୁଖ୍ୟମନ୍ତ୍ରୀ ହେଲେ ଓ ପଦ ପାଇଲା ପରେ ଲୋକଙ୍କୁ ଭିଲୁଲିଗଲେ ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ବାବୁ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



