ନେତୃତ୍ବ ଅଭାବରୁ ତାଳଚେର ପ୍ରତ୍ୟେକ କ୍ଷେତ୍ରରେ ଆଜି ଅବହେଳିତ ଏହାକୁ ନେଇ ହ୍ୟୁମାନ୍ ରାଇଟସ୍ ପକ୍ଷରୁ ବୈଠକ
ତାଳଚେର, ୨୨/୦୭ ତାଳଚେର ଅଂଚଳରୁ ଦୈନିକ ଶହଶହ କୋଟିଟଙ୍କା ରାଜସ୍ବ ଯାଉଥିବା ବେଳେ ଆଜି ତାଳଚେର ଉପଖଣ୍ଡର କଣିହାଁ ଠାରୁ ତାଳଚେର ସହର ଦେଇ ବହୁର, ବଅଁରପାଳ ପର୍ଯ୍ୟନ୍ତ ରାସ୍ତାର ଦୂରବସ୍ଥା, ଖଣିଖାଦାନ ପାଇଁ ଧୂଳିଧୂଆଁରେ ଏଠିକାର ଜନସାଧାରଣ ଅତିଷ୍ଠ ହେବା ସହ ବିଭିନ୍ନ ମାରାତ୍ମକ ରୋଗର ଶୀକାର ହେଉଥିବା, ତାଳଚେର ଖୋଲିଥିବା ନୂତନ ମେଡ଼ିକାଲ କଲେଜକୁ କାର୍ଯ୍ୟକ୍ଷମ କରାଇବା, ଅଂଚଳରେ ଥିବା ଡ଼ାକ୍ତରଖାନାରେ ଡ଼ାକ୍ଟର ଅଭାବ ସହିତ ଭିତିଭୂମି, ବିଶୁଦ୍ଧ ପାଳନୀୟ ଜଳ, ଶିକ୍ଷା, ତାଳଚେର ରେଳଷ୍ଟେସନର ଦୂରବସ୍ଥା ଓ ଉପଖଣ୍ଡରେ ଲୋକଙ୍କର ମୌଳିକ ଅଧିକାର କ୍ଷୁର୍ଣ୍ଣ ହେଉଥିବାକୁ ନେଇ ଏହି ବୈଠକରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଆଗାମୀ ଦିନରେ ଏସବୁ ସମସ ଗୁଡ଼ିକ କ ପାଇଁ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଏହାକୁ ବ୍ୟାପକ କରାଯିବା ନେଇ ଅଲଓଡ଼ିଶା ହ୍ୟୁମାନ ରାଇଟସ୍ ସଭାପତି ଡଃ ଦେ ଦେବେନ୍ଦ୍ର ସିଂହ ମତପ୍ରକାଶ କରିଥିଲେ । ଆଜି କଣିହାଁ ଅଂଚଳର କଳାକାର ବେହେରାଙ୍କ ନେତୃତ୍ବରେ ୮ଟି ପଂଚାୟତର ଜନସାଧାରଣ ତାଳଚେର ହାଟତୋଟା ହନୁମନ୍ଦିର ନିକଟସୁ ରେମ୍ବୋ କ୍ଲବ ଠାରେ ପଂହଚି ବୈଠକରେ ତାଙ୍କର ମୌଳିକ ସମସ୍ୟାକୁ ଉତଥାପନ କରିଥିଲେ । ସେହିଭଳି ତାଳଚେର ଅଂଚଳର ସମାଜସେବୀ ଅଭୟ ପାଣି, ଜିନ୍ଦେ ସାହୁ, ଦିଲ୍ଲୀପ ବେହେରା ପ୍ରମୁଖ ଉକ୍ତ ବୈଠକରେ ଅଂଶ ଗ୍ରହଣ କରିଥିଲେ । ତେବେ ଏଠିକାର ଅଂଚଳବାସୀଙ୍କ ନିମନ୍ତେ ନେତୃତ୍ବ ଅଭାବରୁ ଅଂଚଳର ବିକାଶ ହୋଇ ପାରୁନଥିବାରୁ ଅଂଚଳବାସୀ ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇ ପଡ଼ିଛନ୍ତି ।



