୪ବର୍ଷ ଝିଅକୁ ଦୁଷ୍କର୍ମ ଉଦ୍ୟମ, ନ୍ୟାୟ ପାଇଁ ମା’ ଜିଲ୍ଲାପାଳଙ୍କୁ ଗୁହାରୀ
ଢୂମିସିଂହା ଥାନା ଅନ୍ତର୍ଗତ କନ୍ତିଓକାଟେଣୀ ଗ୍ରାମର ପ୍ରଶାନ୍ତ ପଧାନଙ୍କ ପତ୍ନୀ ଶ୍ରୀମତୀ ପଧାନ ନିଜ ୪ ବର୍ଷର ଝିଅକୁ ସେହି ସାହିର ଶରତ ନାଏକ ଦୁଷ୍କର୍ମ ଉଦ୍ୟମ କରିଥିବାରୁ ନ୍ୟାୟ ପାଇଁ ଜିଲ୍ଲାପାଳଙ୍କୁ ଏକ ଲିଖୁତ ଅଭିଯୋଗ କରିଛନ୍ତି । ପ୍ରକାଶ ଯେ, କନ୍ତିଓକାଟେଣୀ ଗ୍ରାମର ଶରତ ନାଏକ (୫୫) ଶ୍ରୀମତୀ ପଧାନଙ୍କ ୪ବର୍ଷର ଝିଅକୁ ଚକୋଲେଟ୍ ଦେଇ ଦିନ ୨ ଘଟିକା ସମୟରେ ନିଜ ଘରକୁ ଡାକିନେଇ ବଳପୂର୍ବକ ତା’ର ଗୁପ୍ତାଙ୍ଗକୁ ଧରିବା ସହିତ ଦୁଷ୍କର୍ମ ଉଦ୍ୟମ କରିଥିଲେ । ୪ବର୍ଷର ଝିଅଟି ଭୟରେ କାନ୍ଦବୋବାଳି କରି ଶରତ ନାଏକଙ୍କ କବଳରୁ ଖସିଆସି ମା’କୁ ସବୁକଥା କହିଥୁଲା । ଏ ବିଷୟରେ ଶ୍ରୀ ନାଏକଙ୍କୁ ପଚାରିବାରୁ ସେ କିଛି ନକହି ଘର ଭିତରକୁ ଚାଲିଯାଇଥିଲେ । ପରେ ଶ୍ରୀମତୀ ପଧାନ ଝିଅକୁ ନେଇ ତୁମୁସିଂହା ଥାନାରେ ଏତଲା ଦେବାରୁ ଥାନା କେଶ୍ ନଂ-୨୧୬, ତା୧୨.୦୮.୨୦୨୪ରେ ରେଜିଷ୍ଟ୍ରି ହୋଇଥୁଲା ଓ ଶରତ ନାଏକଙ୍କୁ ପୋଲିସ୍ ଗିରଫ କରିଥିଲା। ଏହାର ପରିଣାମ ସରୂପ ତାଙ୍କ ପୁଅ ବାପି ନାଏକ ଓ ତାଙ୍କ କୁଟୁମ୍ବ ପରିବାର ଲୋକମାନେ ମିଳିତ ହୋଇ କେଶ ପ୍ରତ୍ୟାହାର ଓ ସାଲିସ୍ କରିବା ପାଇଁ ଚାପ ପ୍ରୟୋଗ କରୁଛନ୍ତି । ଶ୍ରୀମତୀ ପଧାନ ତାଙ୍କ କଥା ନଶୁଣିବାରୁ ସାହି ସଭାପତି ଶୈଳ ନାଏକ ଏକମାସ ହେବ ତାଙ୍କୁ ସାହିରୁ ବୈକଟ କରିଛନ୍ତି । ଏହାକୁ ନେଇ ଗତ ୨୧ ତାରିଖ ରାତ୍ର ୯ ଘଟିକା ସମୟରେ ବୈଠକ ଡାକି ମିଳିତ ଭାବେ ଶ୍ରୀମତୀ ପଧାନଙ୍କ ପରିବାରକୁ ଆକ୍ରମଣ କରି ସାହିରୁ ବିତାଡିତ କରିବା ଓ ଜୀବନରୁ ମାରିଦେବା ଉଦ୍ଦେଶ୍ୟରେ ଘେରିଯାଇ ଗାଳିଗୁଲଜ କଲେ ଓ ମାରଣାସ୍ତ୍ର ଧରି ଆକ୍ରମଣ କଲେ । ଫଳରେ ସେମାନ ଜୀବନ ବଂଚାଇ ଘରେ ପଶିଗଲେ । ଆକ୍ରମଣକାରୀମାନେ ତାଙ୍କର ଅଟୋ ତାରକୁ ମଧ୍ୟ ଛିଣ୍ଡାଇ ଦେଲେ । ଯାହାଫଳରେ ସପରିବାର ରାତ୍ର ୨ ଘଟିକା ସମୟରେ ଅନ୍ୟ ଏକ ଅଟୋ ଯୋଗେ ଜୀବନ ବଂଚାଇ ଖସି ପଳାଇ ଯାଇଥିଲେ । ଏ ଖବର ପାଇ ଅଭିଯୁକ୍ତମାନେ ତାଙ୍କୁ ଅନୁଶରଣ କରି ବାଟରେ ଜଗିବାରୁ ଅନ୍ୟ ରାସ୍ତା ଦେଇ ପଳାଇ ଆସି ଢେଙ୍କାନାଳ ଜିଲ୍ଲାପାଳଙ୍କୁ ନ୍ୟାୟ, ସୁରକ୍ଷା ଓ ଥଇଥାନ ସହିତ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏକ ଲିଖୁତ ଅଭିଯୋଗ କରିଛନ୍ତି ।



