ନାଲକୋ ଏମ୍ପଲୋୟିଜ ସଙ୍ଘ ତରଫରୁ ସମ୍ବର୍ଦ୍ଧନା

ଗତ କାଲି ବୃହତ ଶ୍ରମିମ ସଂଗଠନ ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ସହ ବନ୍ଧିତ ନାଲକୋ ଏମ୍ପଲୋୟିଜ ସଙ୍ଘ (ନେସ )ତରଫରୁ ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ଯୁବ ଶାଖା ଓଡିଶାର ନୂତନ କାର୍ଯ୍ୟକର୍ତା ଙ୍କୁ ପୁଷ୍ପ ଗୁଚ୍ଛ ଏବଂ ଉତ୍ତରୀୟ ଦେଇ ମିଠା ଖୁଆଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ, ଏଥିରେ ସନ୍ତୋଷ ନାଏକ ଙ୍କୁ ଉପସଭାପତି, ଅନିଲ ଜେନା ଙ୍କୁ କୋଷାଧକ୍ଷ, ସୁବାସ ବେହେରା ଙ୍କୁ ସମ୍ପାଦକ ଏବଂ ସୁଶାନ୍ତ ସାହୁ ଙ୍କୁ ସାଙ୍ଗଠନିକ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି, ଏଥିରେ ସଙ୍ଘ ତରଫରୁ ସଭାପତି ନିର୍ମଳ ସାମଲ, ସାଧାରଣ ସମ୍ପାଦକ ରଞ୍ଜିତ ସାହୁ, କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର ବେହେରା, ଗଣେଶ୍ୱର ବେହେରା, ଯୁଗ୍ମ ସାଧାରଣ ସମ୍ପାଦକ ମନୋଜ ସ୍ୱାଇଁ. ଅଶ୍ୱିନୀ ସାମଲ. ସଂଜିନ ଦାସ, ଉପେନ୍ଦ୍ର ବେହେରା, ଅଶୋକ ସାହୁ, ଅଜିତ ଟୁଡୁ, ଅଟଳ ଷଡ଼ଙ୍ଗୀ ସହିତ ରାଜ୍ୟ ଯୁବ ସଭାପତି ପ୍ରକାଶ ବେହେରା ଉପସ୍ଥିତ ଥିଲେ!



