ଉତ୍ତର-ଓଡ଼ିଶାରେ କେମିତି ରହିଛି ବନ୍ୟା ସ୍ଥିତି । ଆକାଶ ମାର୍ଗରୁ ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ବନ୍ୟା ସ୍ଥିତି ଦେଖି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ମୁଖ୍ୟମନ୍ତ୍ରୀ ଏରିଏଲ ସର୍ଭେ କରିଥିବା ବେଳେ ସାଙ୍ଗରେ ଥିଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଉଚ୍ଚ ଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ଏବଂ ସ୍ବତନ୍ତ୍ର ରିଲିଫ କମିଶନର ।
ସମସ୍ତେ ହେଲିକେପ୍ଟର ଯୋଗେ ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତିର ଅନଧ୍ୟାନ କରିଛନ୍ତି ।ବନ୍ୟାରେ ବେହାଲ ହୋଇଛି ଉତ୍ତର ଓଡିଶା । ଲଗାତାର ବନ୍ୟା ଆସିବା ଫଳରେ ବାଲେଶ୍ବର, ଭଦ୍ରକର ସ୍ଥିତି ସଙ୍ଗୀନ ହୋଇଥିବା ବେଳେ ଏବେ କେମିତି ରହିଛି ସ୍ଥିତି । କଣ ହୋଇଛି କ୍ଷୟକ୍ଷତି ତାର ସମୀକ୍ଷା ଆକାଶ ମାର୍ଗରୁ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଗୋଟେ ପଟେ ତଳିଆ ଅଞ୍ଚଳରେ ପାଣି ଧିରେଧିରେ କମି ଆସୁଥିବା ବେଳେ ବନ୍ୟା ପ୍ରଭାବିତଙ୍କ ପାଇଁ କଣ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ତା ଉପରେ ନଜର ରହିଛି । ଦିନ ୨ଟା ଆଜି ମୁଖ୍ୟମନ୍ତ୍ରୀ ପ୍ରେସମିଟ କରିବେ ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-17.jpg)
