ହାତୀ ଆକ୍ରମଣରେ ମୃତ ପରିବାରକୁ ଭେଟିଲେ ପ୍ରାକ୍ତନ ସାଂସଦ
ହିନ୍ଦୋଳ: ଗତକାଲି ସନ୍ଧ୍ୟାରେ ନିଜ ଚାଷ ଜମିକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶୀକାର ହୋଇଥିଲେ ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଟାଙ୍ଗିଶାଳ ଗ୍ରାମର ସୁଧାକର ସାମଲ । ହାତୀଟି ଅତି ନୃଶଂସ ଭାବେ ସୁଧାକର ଙ୍କ ଦେହରୁ ମୁଣ୍ଡକୁ ଅଲଗା କରିଦେଇଥିଲା । ଏ ଖବର ପାଇ ଢେଙ୍କାନାଳର ପୂର୍ବତନ ସାଂସଦ ଶ୍ରୀ ମହେଶ ସାହୁ ମାହାଲୁଣ୍ଡାପଞ୍ଚାୟତର ଟାଙ୍ଗିଶାଳ ଗ୍ରାମକୁ ଯାଇ ଶୋକସନ୍ତପ ପରିବାର ବର୍ଗ ଙ୍କୁ ଭେଟି ସମବେଦନା ଜଣାଇବା ସହ ସ୍ବର୍ଗତ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ । ରାଜ୍ୟ ଯୁବ ବିଜେଡି ସମ୍ପାଦକ ଦେବୀ ପ୍ରସାଦ ପଟ୍ଟନାୟକ, ଜିଲ୍ଲା ଯୁବ ବିଜେଡି ସଂମ୍ପାଦକ ପ୍ରଶାନ୍ତ ଦାସ , ମାହାଲୁଣ୍ଡାର ଯୁବ ନେତା ବାପି ଆଚାର୍ଯ୍ୟ , ପପୁ ସାହୁ ପ୍ରମୁଖ ପ୍ରାକ୍ତନ ସାଂସଦ ଶ୍ରୀ ମହେଶ ସାହୁ ଙ୍କ ସହ ଶୋକ ସନ୍ତପ୍ତ ପରିବାରକୁ ଭେଟି ଥିଲେ ।ହିନ୍ଦୋଳ ରେ ବାରମ୍ବାର ହାତୀ ଆକ୍ରମଣର ଶୀକାର ହୋଇ ଧନ ଜୀବନ ନଷ୍ଟ ହେଉଥିବାରୁ ଶ୍ରୀ ସାହୁ ସରକାର ଓ ସ୍ଥାନୀୟ ପ୍ରଶାସନ ଉପରେ କ୍ଷୋଭ ପ୍ରକାଶ କରି ହିନ୍ଦୋଳ ବାସୀଙ୍କ ସୁରକ୍ଷାକୁ ପ୍ରଥମିକତା ଦେବାକୁ ଦାବି କରିଛନ୍ତି ।



