ଭାସମାନ ଅବସ୍ଥାରେ ନାବାଳିକା ର ମୃତଦେହ ପୋଖରୀରୁ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ଥାନା ଅନ୍ତର୍ଗତ କାରାଖେଣ୍ଡରା ପଞ୍ଚାୟତ ଅନ୍ତର୍ଗତ ହାୟରପୂର୍ ଗ୍ରାମର ଏକ ପୋଖରୀରୁ ନାବାଳିକାର ଶବ ଭାସମାନ ଅବସ୍ଥାରେ ବଡ଼ବିଲ ପୋଲିସ୍ ଓ ବଡ଼ବିଲ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କରିଥିବା ନେଇ ସୂଚନା, ଉକ୍ତ ନା ବାଳିକା ଜଣକ ହାୟରପୂର୍ ସ୍ଥିତ ତାଙ୍କ ମାମୁଁ ଘରେ ରହୁଥିବା ବେଳେ କେମିତି ଓ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହୋଇଛି ତାହା ଏବେ ସନ୍ଦେହ ଘେରରେ। ଶେ ବାପ ଛେଉଣ୍ଡ ହୋଇଥିବା ନେଇ ସୂଚନା ତା ବାପା ବଡ଼ବିଲ ଅଞ୍ଚଳର ଯୋଜୋ ଖଣ୍ଡାୟତ ବୋଲି ସୂଚନା ରହିଛି ଉକ୍ତ ନାବାଳିକାର ଶବ ଭାସମାନ ଅବସ୍ଥାରେ ଦେଖି ଅଞ୍ଚଳ ବାସିନ୍ଦା ବଡ଼ବିଲ ପୋଲିସ୍ କୁ ଖବର ଦେଇଥିଲେ, ଖବର ପାଇ ବଡ଼ବିଲ ପୋଲିସ୍ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ପହଞ୍ଚି ଶବକୁ ପୋଖରୀରୁ ଉଦ୍ଧାର କରିଥିବା ନେଇ ସୂଚନା । ତେବେ ବଡ଼ବିଲ ପୋଲିସ୍ ଶବ କୁ ଜବତ୍ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା। ଉକ୍ତ ନାବାଳିକା ର ବୟସ ପାଖାପାଖି ବାର ବର୍ଷ ହୋଇଥିବା ନେଇ ସୂଚନା ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



