ସେଣ୍ଟ ଜାଭିୟର୍ସ ରେ ବାସ୍କେଟ ବଲ ମହାକ୍ୟୁଭସେଣ୍ଟ ଜାଭିୟର୍ସ ଉଚ୍ଚ ବିଦ୍ୟାଳୟ ତରଫରୁ ସି ବି ଏସ ଇ ବାସ୍କେଟ୍ ବଲ୍ ଟୁର୍ଣାମେଣ୍ଟ କ୍ଲଷ୍ଟର -1 ର ଆୟୋଜନ କରାଯାଇଛି ।କ୍ରମାଗତ ତୃତୀୟ ଥର ପାଇଁ ସି ବି ଏସ ଇ ଦିଲ୍ଲୀ ଏହାର ଆୟୋଜନ କରିବା ପାଇଁ କଟକ ଜାଭିୟର୍ସ ଉଚ୍ଚ ବିଦ୍ୟାଳୟ କୁ ଅନୁମତି ଦେଇଛନ୍ତି |ଏହା ଚଳିତ ମାସ ୬ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଜବାହାର ଲାଲ ନେହେ ଇଣ୍ଡୋର ଷ୍ଟାଡିୟମ ରେ ଅନୁଷ୍ଠିତ ହେବା ଏଥିରେ ଓଡ଼ିଶା ଛତିଶଗଡ ଓ ପଶ୍ଚିମବଙ୍ଗରୁ ପାଖା ପାଖୂ ୧୦୦ଟି ବିଦ୍ୟାଳୟ ଦଳ ୧୫୦୦ରୁ ଉର୍ଦ୍ଧ୍ଵ ଖେଳାଳୀ ତିନି ଗୋଟି ବୟସ ବର୍ଗ ଯଥା ୧୪ବର୍ଷ, ୧୭ବର୍ଷ ଓ ୧୯ବର୍ଷ ରେ ଯୋଗଦାନ କରୁଛନ୍ତି। ଏହାର ସୁପରିଚାଳନା ନିମନ୍ତେ ଚଳିତ ମାସ ୫ ତାରିଖ ସନ୍ଧ୍ୟା ପାଞ୍ଚଟା ବେଳେ ସ୍ଥାନୀୟ ବାରବାଟି ଷ୍ଟାଡିୟମ୍ – ହର୍ସ୍ ଗେଟ ସତ୍ତା କକ୍ଷ ରେ ସାମ୍ବାଦିକ ସମ୍ମଳନୀ ଓ କୋଚ୍ ମାନଙ୍କର ସଭା ଅନୁଷ୍ଠିତ ହୋଇ ଯାଇଛି।୬ ତାରିଖ ସକାଳ ସାଢେ ୧୧ଟା ବେଳେ ସ୍ଥାନୀୟ ଜାବାହାର ଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ ରେ ସି ବି ଏସ ଇ ବାସ୍କେଟ ବଲ ଟୁର୍ଣା ମେଣ୍ଟ କ୍ଲଷ୍ଟର || ର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ ଓଡ଼ିଶା ସରକାରଙ୍କ ଖେଳ ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୁରଜ୍ । ଅନ୍ୟାନ୍ୟ ସମ୍ମାନିତ ଅତିଥି ଭାବରେ ଯୋଗଦେବେ କଟକ କଲେକ୍ଟର ଶ୍ରୀ ଦରାତ୍ରୟ ଭାଉସାହେବ ସିନ୍ଧେ, ସେଣ୍ଟ ଜାଭିୟର୍ସ ବିଦ୍ୟାଳୟ ସମୂହର ପରିଚାଳନ ନିର୍ଦ୍ଦେଶକ ଡ ଜି ଏସ ପଟ୍ଟନାୟକ, ଓଡ଼ିଶା ବିଜେପି ମୋର୍ଜା ର ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ, ସେଣ୍ଟ ଜାଭିୟ ଉଚ୍ଚ ବିଦ୍ୟାଳୟର ନିର୍ଦ୍ଦେଶକ ଡ ପ୍ରଭୁ ଚରଣ ମହାନ୍ତି, ସେଣ୍ଟ ଜାଭିୟର୍ସ ବିଦ୍ୟାଳୟ ସମୂହର ସି ଇ ଓ ଶ୍ରୀ ମୁକେଶ ସରା ଓ ସେଣ୍ଟ ଜାଭିୟର୍ସ ବିଦ୍ୟାଳୟ ସମୂହର ପ୍ରଶାସକ ଡ ଜି ସି ପଣ୍ଡା ମହାଶୟ |ଆୟୋଜକ ବିଦ୍ୟାଳୟର ଅଧ୍ଯକ୍ଷ ତଥା ସି. ବି ଏସ ସି କଟକ ଜୋନ ର ସିଟି କୋଡ଼ିନେଟର ଡ. ପ୍ରିୟଦର୍ଶୀ ନାୟକ – ବିରାଟ କାର୍ଯ୍ୟକ୍ରମ ର ସଫଳ ରୂପାୟନ ର ଆଶା ବ୍ୟକ୍ତ କରିଛନ୍ତି ।ପ୍ରକାଶ ଥାଉ କି ସି ବି ଏସ ଇ ବାସ୍କେଟବଲ ଟୁର୍ଣାମେଣ୍ଟ କ୍ଳଷ୍ଟର ॥ ରେ ଆୟୋଜକ ବିଦ୍ୟାଳୟର ମଧ୍ଯ ବାଳକ ବାଳିକା ଦଳ ଅଂଶ ଗ୍ରହଣ କରିଛନ୍ତି । ଏହାର ଉଦଯାପନୀ ଉତ୍ସବ ଅଗଷ୍ଟ ୮ ତାରିଖ ଶୁକ୍ରବାର ଅପରାହ୍ନ ଚାରିଟା ବେଳେ ସ୍ଥାନୀୟ ଜବାହାରଲାଲ ନେହେରୁ ଇଣ୍ଡୋ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବ । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ କଟକ ମେୟର ଶ୍ରୀ ସୁବାସ ଚନ୍ଦ୍ର ସିଂସମ୍ମାନିତ ଅତିଥି ଭାବେ ଯୋଗଦେବେ ବାରବାଟୀ କଟକ ର ଏମ ଏଲ ଏ ଶ୍ରୀମତୀ ସୋଫିଆ ଫିର୍କୋସ ଏବଂ ଜାଭିୟର୍ସ ବିଦ୍ୟାଳୟ ସମୂହର ନିର୍ଦ୍ଦେଶକ ଡ଼ ପ୍ରଭୁ ଚରଣ ମହାନ୍ତି । ୧୪ ବର୍ଷ,୧୭ବର୍ଷ, ୧୯ବର୍ଷ ଦଳରେ ଚମ୍ପିୟାନ ହୋଇଥିବା ଦଳ ଜାତୀୟ ସ୍ତରରେ ଖେଳିବାକୁ ସୁଯୋଗ ପାଇପାରିବେ ସି ବି ଏସ ଇ ପରିଚାଳକଙ୍କ ନେତୃତ୍ବ ରେ ୮ ଗୁଡ଼ିକ ଅନୁଷ୍ଠିତ ହେବ । ଏହି ସମସ୍ତ ବିଷୟରେ ଆୟୋଜକ ବିଦ୍ୟାଳୟର ଅଧ୍ୟକ୍ଷ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ – ସହୋଦୟ ବିଦ୍ୟାଳୟ ଗୁଡ଼ିକୁ ଏହି ଭବ୍ୟ କାର୍ଯ୍ୟକ୍ରମରେ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ନିମନ୍ତ୍ରଣ ଜଣାଇ ଅଛନ୍ତି |

April 30, 2026/
No Comments


