କଟକ ଗୁଳିକାଣ୍ଡ କୁ ନେଇ କଟକ ଡିସିପିଙ୍କ ସାମ୍ବାଦିକ ସମ୍ମିଳନୀ
ଡେମୋ ଦେଖାଉ ଦେଖାଉ ଢୋ । କଟକ ନୂଆବଜାର ଜଣେ ଯୁବକଙ୍କୁ ଗୁଳିମାଡ଼ ଘଟଣାର ପର୍ଦାଫାସ । କେହି ଗୁଳି ମାଡ଼ କରି ନ ଥିଲେ ବରଂ ଖଟିରେ ଚୋରା ବନ୍ଧୁକ ଦେଖାଉଥିବା ବେଳେ ଫୁଟିଥିଲା ଗୁଳି । ଏକ ବନ୍ଧୁକ ସହ ଖୋକା ଜବତ । ଏହି ମାମଲାରେ ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ଗୁଳି ମାଡ଼ ଯୋଗୁଁ ଆହତ ହୋଇ ଥିବା ସଞ୍ଜୟ ତରାଇର ବନ୍ଧୁ ଭଗବାନ ରାଉତ ଓ ଭଗବାନଙ୍କୁ ବନ୍ଧୁକ ଦେଇ ଥିବା ଲିଟୁ ନାମକ ଯୁବକ । ଗତକାଲି ବିଳମ୍ବିତ ରାତିରେ ଗୁଳିମାଡ଼ ରେ ଆହତ ହୋଇ ସଞ୍ଜୟ ତରାଇ SCB ରେ ଭର୍ତି ହୋଇ ଥିଲେ। ପୋଲିସ ଏନେଇ ଜାଣିବା ପରେ ଘଟଣାର ତଦନ୍ତ ଆରମ୍ଭ କରି ଥିଲା । ସଞ୍ଜୟ ତରାଇର ନିଜ ବନ୍ଧୁ ଭଗବାନ ରାଉତ ରାସ୍ତା ରେ ଯାଉ ଥିବା ବେଳେ କେହି ଗୁଳି ମାଡ଼ କରିଥିବା କଥା କହିଥିଲେ ଉଭୟ । କିନ୍ତୁ ତଦନ୍ତ ସମୟରେ ଭଗବାନ ସାଙ୍ଗ ମାନଙ୍କ ଖଟିରେ ଚୋରା ବନ୍ଧୁକ ଦେଖାଉଥିବା ବେଳେ ଗୁଳି ଫୁଟି ଥିଲା ଏବଂ ଏଥିରେ ସଞ୍ଜୟ ତରାଇ ଆହତ ହୋଇ ଥିଲେ । ଏହି ମାମଲା ରେ ପୋଲିସ ଭଗବାନ ଓ ବନ୍ଧୁକ ବେପାରୀ ଲିଟୁ କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଚୋରା ବନ୍ଧୁକ କାରବାର ଉପରେ ପୋଲିସର ନଜର କେତେ ମଜଭୁତ । କିଛି ଦିନ ପୂର୍ବରୁ ଏକ ଆନ୍ତରାଜ୍ୟ ଚୋରା ବନ୍ଧୁକ କାରବାର ରେ ୬ ଜଣଙ୍କୁ ଗିରଫ କରିଥିଲା କମିଶନରେଟ ପୋଲିସ । ଯାହାର ମାଷ୍ଟର ମାଇଣ୍ଡ ଥିଲେ କାଦୁଆ ଓରଫ ଦେବବତ୍ତ ସିଂ ବେହେରା ।



