ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ଯୁବ ଶାଖା ତରଫରୁ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
ରାଷ୍ଟ୍ରୀୟ ମଜ ଦୂର କଂଗ୍ରେସ ଯୁବ ଶାଖାଓଡିଶାର ନୂତନ କାର୍ଯ୍ୟକର୍ତାଙ୍କ ତରଫରୁ ଏକ ଭୁବନେଶ୍ୱର କାର୍ଯ୍ୟାଳୟ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି, ରାଷ୍ଟ୍ରୀୟ ମଜଦୂର କଂଗ୍ରେସର ବରିଷ୍ଠ କାର୍ଯ୍ୟକର୍ତାଙ୍କ ସହିତ ମୁଖ୍ୟ ଅତିଥି ତଥା ଜାତୀୟ ଉପସଭାପତି, ରାଜ୍ୟ ସଭାପତି ଏବଂ ପୂର୍ବତନ ସାଂସଦ ଡ଼ ରାମ ଚନ୍ଦ୍ର ଖୁଣ୍ଟିଆ ପ୍ରଦୀପ ପ୍ରଜ୍ବଳନ କରି ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା, ରାଜ୍ୟ ଯୁବ ଶାଖାର ସଭାପତି ଶ୍ରୀ ପ୍ରକାଶ ବେହେରା ମଞ୍ଚ ପରିଚାଳନା କରିବା ସହିତ ସ୍ୱାଗତ ସମ୍ବର୍ଦ୍ଧନା ଅଭିଭାଷଣ ଦେଇଥିଲେ, ଏହି ସମିଳନୀରେ ଶ୍ରୀ ଖୁଣ୍ଟିଆ ଠିକା ଶ୍ରମିକ, ନିର୍ମାଣ ଶ୍ରମିକ, ଜଙ୍ଗଲ ଶ୍ରମିକ ଏବଂ ଅଣ ସଂଗଠିତ ଶ୍ରମିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମସ୍ତ ଶ୍ରମିକ ମାନଙ୍କର ମୌଳିକ ସମସ୍ୟା ନିମନ୍ତେ ଗୁରୁତ୍ୱ ଆରୋପ କରିଥିଲେ, ଏବଂ ବରିଷ୍ଟ ନେତୃତ୍ୱ ମଣ୍ଡଳୀ ଯୁବ ଶାଖାର କାର୍ଯ୍ୟକର୍ତା ଙ୍କୁ ବିଭିର୍ନ ମୌଳିକ ସୁବିଧା ଅସୁବିଧା ଉପର ଉପଦେଶ ଦେଇଥିଲେ, ଏଥିରେ ରାଜ୍ୟ ସାଧାରଣ ସମ୍ପାଦକ କିଶୋର ଜେନା, ଉପସଭାପତି ମଦନ ମୋହନ ଧଳ, ଯୁଗ୍ମ ସାଧାରଣ ସମ୍ପାଦକ ନିର୍ମଳ କୁମାର ସାମଲ, ମହିଳା ସଭାପତି ନେତ୍ରୀ ପ୍ରଣତି ମିଶ୍ର, ସମ୍ପାଦକ ପ୍ରଦୀପ୍ତ କୁମାର ଦାସ ଙ୍କ ସହିତ ଯୁବ ଶାଖାର ଉପସଭାପତି ବିଚିତ୍ରା ନନ୍ଦ ସାମନ୍ତ, ଜନ୍ମେଜୟ ନାୟକ, ସରୋଜ ମହାରଣା, ସନ୍ତୋଷ ନାୟକ, ସାଧାରଣ ସମ୍ପାଦକ ରଞ୍ଜିତ କୁମାର ପ୍ରଧାନ, ଭବାନୀ ଦାସ, ରାକେଶ ସାହୁ, ସମ୍ପାଦକ ଉତ୍କଳ କେଶରୀ ବଳବନ୍ତରାୟ, ସାଙ୍ଗଠନିକ ସମ୍ପାଦକ ବିନୟ କୁମାର ଖରା, କୋଷାଧକ୍ଷ ଅନିଲ କୁମାର ଜେନା ଙ୍କ ସହିତ ଅନେକ କାର୍ଯ୍ୟକର୍ତା ଙ୍କ ସହିତ ଜିଲ୍ଲା ସଭାପତି ମାନେ ଉପସ୍ଥିତ ଥିଲେ ଶେଷରେ ଅନୁଗୋଳ ଜିଲ୍ଲା ଯୁବ ସଭାପତି ଗୌତମ ଦେହୁରୀ ଧନ୍ୟବାଦ ଦେଇଥିଲେ.!



