ଭୂବନେଶ୍ୱର, ୧୨/୦୮ : ୧୭ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗର ଜବତ ସହ ଜଣେ ଗିରଫ। କଟକ ସି ଆର୍ ଆର୍ ଆଇ ଥାନା ନେହେରୁପଲ୍ଲୀ ବଡ ସାହି ଅଞ୍ଚଳର ସୌମ୍ୟ ରଞ୍ଜନ ଦାସକୁ ଗିରଫ କରିଛି କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ । ତା ନିକଟରୁ ୧୭୨ ଗ୍ରାମର ବ୍ରାଉନସୁଗର ଜବତ ହୋଇଛି । ନିଶା ଦ୍ରବ୍ୟ କାରବାର ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ। ଅଭିଯୁକ୍ତ ନାଁରେ ପୂର୍ବରୁ ସ୍ଥାନୀୟ ଥାନାରେ ମାମଲା ରହିଛି ।

June 29, 2026/
No Comments


