ସୁରକ୍ଷିତ ଶୈଶବ, ଯୌନ ନିର୍ଯ୍ୟାତନା ଏବଂ ଶିଶୁ ଅଧିକାର ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ
଼ତାଳଚେର, ୨୪/୦୮ ସ୍ୱେଚ୍ଛାସେବୀ ସଂଗଠନ ସୋସିଆଲ ଡ଼େଭଲୋମେଂଟ ଫାଉଣ୍ଡେସନ୍ ଏବଂ ଡ଼ିଏଭି ବାଳିକା ସ୍କୁଲ ଜଗନ୍ନାଥ ତାଳଚେର ପକ୍ଷରୁ ସ୍କୁଲ ତଥା କାର୍ଯ୍ୟକ୍ଷେତ୍ରରେ ଅଶାଳୀନ ବ୍ୟବହାର ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପ୍ରାରମ୍ଭରେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ସାମଲ ସ୍ୱାଗତଭାଷଣ ପ୍ରଦାନ, ଅତିଥିପରିଚୟ, ସୁରକ୍ଷିତ ଶୈଶବ ଉପରେ ଆଲୋଚନା କରିଥିଲେ । ଅନୁଷ୍ଠାନର କାର୍ଯ୍ୟକ୍ରମ ଅଧିକାରୀ ମମତାରାଣୀ ବିଶିମାଝୀ ସୁରକ୍ଷିତ ଶୈଶବ, ଭୟ, ସଙ୍କୋଚ, ବଡ଼ମାନଙ୍କ ଦ୍ୱାରା ଅବିଶ୍ୱାସ ଆଦି ଉପରେ ବିସ୍ତୃତ ସୂଚନା ପ୍ରଦାନ କରିବା ସହ ଯୌନଗତ ହିଂସା ଆଚରଣ କଲେ କିପରି କାହାପାଖରେ ଅଭିଯୋଗ କରିବାକୁ ହେବ ଛାତ୍ରୀମାନଙ୍କୁ ବୁଝାଇଥିଲେ । ସେହିପରି ଅନ୍ୟତମ ଅତିଥିଭାବେ ମିସ୍ ସନ୍ଦିପ୍ତା ବିରବର୍ମା ଯୋଗଦାନ କରି ପ୍ରତିକାର ସଚେତନତା, ଆଇନଗତ ବ୍ୟବସ୍ଥା ଏବଂ ଶିଶୁ ଅଧିକାର ଅଧିନିୟମ ୨୦୧୨ ସହିତ ଉପାଦେୟତା ତଥା ପରିବେଶ ଅନୁକୂଳ କିପରି ସ୍କୁଲ ଗୁଡ଼ିକରେ ସୃଷ୍ଟି ହୋଇପାରିବ ତାଉପରେ ମତାମତ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଅନୁଷ୍ଠାନ ପକ୍ଷରୁ ମହାଦେବ ଦାସଙ୍କ ସହିତ ଶିକ୍ଷାନୁଷ୍ଠାନ ଲିଖତ ପରବିନ୍ଙ୍କ ସହ ସ୍କୁଲର ସମସ୍ତ କର୍ମକର୍ତା ସହଯୋଗ କରିଥିଲେ । ପ୍ରକାଶ ଥାଉକି ଏହି ଅନୁଷ୍ଠାନ ବିଭିନ୍ନ ଶିକ୍ଷାନୁଷ୍ଠାନ ସ୍କୁଲ ଓ କଲେଜ ଆଦି ସ୍ତରରେ ଶିଶୁ ଅଧିକାରୀ ସୁରକ୍ଷା କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମ କରି ଆସୁଛନ୍ତି ।

August 25, 2026/
No Comments


